ଟ୍ରେନ୍‌ ଧକ୍କାରେ ଆଖି ବୁଜିଲେ ୩ ଗୁରୁତର ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 19, 2022

ଟ୍ରେନ୍‌ ଧକ୍କାରେ ଆଖି ବୁଜିଲେ ୩ ଗୁରୁତର ହାତୀ

ଚମ୍ପୁଆ(ଓଡ଼ିଶା ରିପୋର୍ଟର): ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ । ଗତକାଲି ସନ୍ଧ୍ୟା  ସମୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଗୋଟିଏ ମାଇ ହାତୀ ସମେତ ୨ ଛୁଆ ହାତୀ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଗତ ରାତିରେ ଗୋଟିଏ ଛୁଆ ହାତୀର ମଅତ୍ୟୁ ହୋଇଥିବା ବେଳେ ଆଜି ସକାଳୁ ଆଉ ଏକ ଛୁଆ ହାତୀ ଓ ଏକ ମାଇ ହାତୀର ମୃତ୍ୟୁ ହୋଇଛି।

ଗତକାଲି ସନ୍ଧ୍ୟା  ସମୟରେ  ଏକ ୧୯ ଟିକିଆ ହାତୀପଲ ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ରେଳ ଧାରଣା ପାରି ହେଉଥିଲେ । ଏହି ସମୟରେ  ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ହାତୀପଲଙ୍କୁ ଧକ୍କା ଦେଇଥିଲା ।

ଫଳରେ ଟ୍ରେନ୍‌ ଧକ୍କାରେ ଗୋଟିଏ ମାଈ ହାତୀ ସହ ଦୁଇଟି ହାତୀଛୁଆ ଗୁରୁତର ଆହତ ହୋଇଥିଲେ । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଲୱେର ରେସକ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଅନ୍ୟ ହାତୀମାନେ ଆହତ ହାତୀମାନଙ୍କୁ ଘେରି ରହିଥିବାରୁ ଚିକିତ୍ସା ଆରମ୍ଭରେ ବିଳମ୍ବ ହେଲା।   ଚିକିତ୍ସା ଚାଲିଥିଲାବେଳେ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ଆଜି ଭୋରରୁ  ମାଇ ହାତୀ ଓ ଆଉ ଏକ ଛୁଆ ହାତୀର ମୃତ୍ୟୁ ହୋଇଛି ।

ଏ ଦୁର୍ଘଟଣାକୁ ନେଇ ରେଲୱେ  କିମ୍ବା ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।   ତେବେ କିଛି ବର୍ଷ ତଳେ ଏହି ରୁଟରେ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା ।

The post ଟ୍ରେନ୍‌ ଧକ୍କାରେ ଆଖି ବୁଜିଲେ ୩ ଗୁରୁତର ହାତୀ appeared first on Odisha Reporter.



from Odisha Reporter https://odishareporter.in/odisha/3-elephants-dead-in-train-accident-735497

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages