ନୂଆଦିଲ୍ଲୀ: ରୋଗୀଙ୍କ ପାଇଁ ବଡ଼ ଘୋଷଣା କରିଛି ଦିଲ୍ଲୀ ଏମ୍ସ। ଏଣିକି ଦିଲ୍ଲୀ ଏମ୍ସରେ ୩୦୦ ଟଙ୍କା ଭିତରେ ହେଉଥିବା ସମସ୍ତ ଟେଷ୍ଟ ପାଇଁ ରୋଗୀଙ୍କୁ ଆଉ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହା ଅର୍ଥ ହସ୍ପିଟାଲରେ ମାଗଣାରେ ରୋଗୀମାନେ ନିଜର ପରୀକ୍ଷଣ କରିପାରିବେ। ଏମ୍ସର ଏପରି ଘୋଷଣା ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ନୂଆ ନିୟମ ପରେ ଦିଲ୍ଲୀ ଏମ୍ସରେ ବିଭିନ୍ନ ପ୍ରକାରର ରକ୍ତର ପରୀକ୍ଷା, ମୂତ୍ର ପରୀକ୍ଷା, ଅଲଟ୍ରାସାଉଣ୍ଡ ବିଭିନ୍ନ ପ୍ରକାରର ଏକ୍ସରେ ଠାରୁ ଆରମ୍ଭ କରି ଆହୁରି ଅନେକ ଟେଷ୍ଟ ରୋଗୀମାନେ ମାଗଣାରେ କରିପାରିବେ। କାରଣ ପୂର୍ବରୁ ଏହି ସବୁ ପରୀକ୍ଷା ପାଇଁ ଜଣେ ରୋଗୀଙ୍କ ଠାରୁ ୩୦୦ କିମ୍ବା ତା’ଠାରୁ କମ ଟଙ୍କା ନିଆଯାଉଥିଲା।
ଏହି ମାଗଣା ପରୀକ୍ଷା ନିୟମ ତତ୍କାଳ ଭାବେ ଲାଗୁ କରାଯାଉଥିବା ଏମ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏମ୍ସର ଅଧ୍ୟକ୍ଷଙ୍କ ମଞ୍ଜୁରୀକ୍ରମେ ୩୦୦ ଟଙ୍କା ଯାଏ ଚାର୍ଜ କରାଯାଉଥିବା ସମସ୍ତ ଟେଷ୍ଟକୁ ମଗଣାରେ କରାଯିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଏମ୍ସ ହସ୍ପିଟାଲ ଓ ସମସ୍ତ ପରୀକ୍ଷା କେନ୍ଦ୍ରରେ ଯେଉଁ ସବୁ ଟେଷ୍ଟ ପାଇଁ ୩୦୦ ଟଙ୍କା କିମ୍ବା ତା’ଠାରୁ କମ ଚାର୍ଜ ନିଆଯାଉଥିଲା, ସେଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ବୋଲି ବିବୃତିରେ ସ୍ପଷ୍ଟ ଭାବେ କୁହାଯାଇଛି।
ଦୀର୍ଘ ୫ ବର୍ଷ ତଳେ ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ ଏଭଳି ଏକ ପ୍ରସ୍ତାବ ଦେଇଥିଲେ। ତେବେ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ହେଲେ ୫ ବର୍ଷ ପରେ ଦିଲ୍ଲୀ ଏମ୍ସ ମାଗଣା ଟେଷ୍ଟ ନିୟମ ଲାଗୁ କରିଛି।
The post ଏମ୍ସର ବଡ଼ ନିଷ୍ପତ୍ତି, ୩୦୦ ଟଙ୍କା ଭିତରେ ହେଉଥିବା ସବୁ ଟେଷ୍ଟ ଏବେ ମାଗଣା appeared first on Odisha Reporter.
from Odisha Reporter https://odishareporter.in/nation-world/india/aiims-delhi-says-all-tests-under-%e2%82%b9-300-to-be-free-735511
No comments:
Post a Comment