ନୂଆଦିଲ୍ଲୀ: ଭାରତରେ ୫ଜି ମୋବାଇଲ ନେଟୱର୍କ ସେବାର ସଫଳ ପରୀକ୍ଷଣ ହୋଇଛି। ଗୁରୁବାର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ମାଡ୍ରାସରେ ୫ଜି ନେଟୱର୍କରୁ ପ୍ରଥମ ଭିଡିଓ ଏବଂ ଭୟସ କଲ୍ କରିଛନ୍ତି। ତେଣୁ ଖୁବଶୀଘ୍ର ସମଗ୍ର ଦେଶରେ ୫ଜି ନେଟୱର୍କ ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହାର ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ୫ଜି ନେଟୱର୍କ ସେବାକୁ ଭାରତରେ ହିଁ ତିଆରି ଓ ବିକଶିତ କରାଯାଇଛି। ୫ଜି ନେଟୱର୍କକୁ ଭିଡିଓ ଓ ଭୟସ କଲ୍ ସଫଳତା ପୂର୍ବକ ଶେଷ ହୋଇଥିବା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋଶାଲ ମିଡିଆ କୁ’ରେ ପୋଷ୍ଟ କରିଛନ୍ତି। ଏଥିସହ ପରୀକ୍ଷଣ ବେଳର ଭିଡିଓକୁ ମଧ୍ୟ ସେ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଆଇଆଇଟି ମାଡ୍ରାସରେ ଆତ୍ମନିର୍ଭର ୫ଜି ନେଟୱର୍କ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି।
ସଂପୂର୍ଣ୍ଣ ଏଣ୍ଡ ଟୁ ଏଣ୍ଡ ନେଟୱର୍କ ଭାରତରେ ଡିଜାଇନ ଓ ବିକଶିତ କରାଯାଇଛି। ଏହା ପ୍ରଧାନମନ୍ତ୍ରୀଙ୍କ ଭିଜନର ପ୍ରକୃତ ଚିତ୍ର। ଭାରତ ନିଜର ୪ଜି ଓ ୫ଜି ଟେକ୍ନୋଲଜି ବିକଶିତ କରି ପୂରା ବିଶ୍ୱରେ ଉଦାହରଣ ସୃଷ୍ଟି କରୁ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ବୈଷୟିକ ଜ୍ଞାନକୌଶଳ ଜରିଆରେ ଆମେ ନିଶ୍ଚିତ ପୂରା ବିଶ୍ୱକୁ ଜିତିବା ବୋଲି ସେ କହିଛନ୍ତି।
ଆସନ୍ତା ସପ୍ତାହରେ ୫ଜି ସ୍ପେକ୍ଟ୍ରମର ନିଲାମ ସଂକ୍ରାନ୍ତ ପ୍ରସ୍ତାବ ଦୂରସଞ୍ଚାର ବିଭାଗ କେନ୍ଦ୍ର କ୍ୟାବିନେଟ ଆଗରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି। କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ବର୍ଷର ଶେଷ ଭାଗରେ ଦେଶରେ ନିଜସ୍ୱ ୫ଜି ମୋବାଇଲ ନେଟୱର୍କ ସେବା ଆରମ୍ଭ ହେବାର ଆଶା ରହିଛି।
The post ଭାରତରେ ୫ଜି ସେବାର ସଫଳ ପରୀକ୍ଷଣ, ଅଶ୍ୱିନୀ ବୈଷ୍ଣବ କଲେ ପ୍ରଥମ କଲ୍ appeared first on Odisha Reporter.
from Odisha Reporter https://odishareporter.in/nation-world/india/indias-first-5g-call-tested-by-minister-735502
No comments:
Post a Comment