ପୁଣି ଥରେ ମହଙ୍ଗା ମାଡ଼; ବଢ଼ିଲା ଗ୍ୟାସ୍‌ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 18, 2022

ପୁଣି ଥରେ ମହଙ୍ଗା ମାଡ଼; ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ: ପୁଣି ଥରେ ଗ୍ରାହକଙ୍କ ଉପରେ ପଡ଼ିଲା ମହଙ୍ଗା ମାଡ଼ । ମାସକ ମଧ୍ୟରେ ୨ ଥର ବଢ଼ିଲାଣି ଘରୋଇ ଏଲପିଜି ସିଲିଣ୍ଡର ଦାମ୍ । କେବଳ ଘରୋଇ ନୁହେଁ ତା’ ସହ  କମର୍ସିଆଲ ଗ୍ୟାସ୍‌ ଦରରେ ମଧ୍ୟ ବୃଦ୍ଧି ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ  ହୋଇଛି।   ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ କମର୍ସିଆଲ  LPG ସିଲିଣ୍ଡର ଦାମ୍ ୮ ଟଙ୍କା ବଢ଼ିଲା ।

ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି ପରେ ସମଗ୍ର ଦେଶରେ ଏବେ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ହଜାରେ ପାର୍‌ କରି ଯାଇଛି। ଦିଲ୍ଲୀରେ ସିଲିଣ୍ଡର ପିଛା ଗ୍ରାହକଙ୍କୁ ୧୦୦୩ ଟଙ୍କା ଦେବାକୁ ପଡ଼ିବ । ସେହିପରି କୋଲକତାରେ ୧୦୨୯, ଚେନ୍ନାଇରେ ସିଲିଣ୍ଡର ପିଛା ୧୦୧୮ ଦେବାକୁ ପଡ଼ିବ ।

ସେହିପରି କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହେବା ପରେ ଏବେ ଦିଲ୍ଲୀରେ ସିଲିଣ୍ଡର ପିଛା ୨୩୫୪ ଟଙ୍କା, କୋଳକତାରେ ୨୪୫୪, ମୁମ୍ବାଇରେ ୨୩୦୬ ଓ ଚେନ୍ନାଇରେ ୨୫୦୭ ଟଙ୍କା ଗଣିବାକୁ ପଡ଼ିବ  ।

ଏହାପୂର୍ବରୁ ମେ ଏପ୍ରିଲ ମାସରେ  ଘରୋଇ ଗ୍ୟାସ୍‌ର ଦାମ୍‌ ବଢ଼ିନଥିଲା। ଗୋଟିଏ ମାସର ବିରତି ପରେ ମେ’ ମାସରେ ଗ୍ୟାସ୍‌ ଦର ୨ ଥର ବଢ଼ିଲାଣି। ଏହାପୂର୍ବରୁ  ଗତ ୭ ତାରିଖରେ   ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ିଥିଲା।  ପୁଣି ଥରେ ଗ୍ୟାସ୍‌ ଦର ବଢ଼ିବା ପରେ ଖାଉଟିଙ୍କ ମଧ୍ୟରେ  ପ୍ରବଳ ଅସନ୍ତୋଷ ଦେଖାଇଛି। ଏଥିଯୋଗୁ ସେମାନଙ୍କ ପକେଟ୍‌ ଉପରେ ଅଧିକ ବୋଝ ପଡିବା  ସହ ଘରୋଇ ବଜେଟ ବିଗିଡ଼ିବାରେ ଲାଗିଛି।

The post ପୁଣି ଥରେ ମହଙ୍ଗା ମାଡ଼; ବଢ଼ିଲା ଗ୍ୟାସ୍‌ ଦର appeared first on Odisha Reporter.



from Odisha Reporter https://ift.tt/i8LMqaI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages