ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ ଟାଣିନେଲା କୁମ୍ଭୀର। ଜୁଆର କମିବା ପରେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଦକ୍ଷିଣ ଭେଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜାନକୀ ଜେନା।
ଗତକାଲି ଜାନକୀ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହଠାତ୍ ଏକ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଥିଲା। ଜୁଆର କମିବା ପରେ ଜାନକୀଙ୍କ ମୃତଦେହ ପଠାରୁ ଉଦ୍ଧାର କରାଯାଇଥିଲା। ଜାନକୀଙ୍କ ଛାତି ଓ ବାମ ହାତରେ ଗଭୀର କ୍ଷତ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ବିଭାଗ ପହଞ୍ଚି ତଦନ୍ତ କରୁଛି।
The post ଗାଧୋଉଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର appeared first on Odisha Reporter.
from Odisha Reporter https://ift.tt/qadLDIp
No comments:
Post a Comment