ଚିଲିକା ମଝିରେ ଫସିଲା ଡଙ୍ଗା, ଅଟକି ରହିଛନ୍ତି ୪୦ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 26, 2022

ଚିଲିକା ମଝିରେ ଫସିଲା ଡଙ୍ଗା, ଅଟକି ରହିଛନ୍ତି ୪୦ ଯାତ୍ରୀ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଯାନ୍ତ୍ରିକ ତ୍ରୁଟି ଯୋଗୁ ଚିଲିକା ମଝିରେ ଅଟକିଲା ଡଙ୍ଗା। ଡଙ୍ଗାକୁ  କିପରି ବାଉଁଶ କାତ ମାଧ୍ୟମରେ କୂଳରେ ଲଗାଯାଇପାରିବ ଉଦ୍ୟମ ଚଲାଇଛି ନାଉରି।

ଆଜି ସକାଳେ ଏକ ଦେଶୀ ଡଙ୍ଗା  ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। ଦେଢ଼ କିମି ଯିବା ପରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଡଙ୍ଗାଟି ଚିଲିକା ମଝିରେ ଅଟକି ରହିଥିଲା। ଡଙ୍ଗାରେ ୪୦ ଯାତ୍ରୀ ଥିବା ବେଳେ ୯ଟି ବାଇକ୍ ରହିଛି।  ତେବେ ମଝି ଚିଲିକାରେ ଫସି ରହିଥିବା କାରଣରୁ ଏଥିରେ ଥିବା ଯାତ୍ରୀମାନେ ଭଯଭୀତ ଅବସ୍ଥାରେ ଅଛନ୍ତି। ନାଉରିଆ ଡଙ୍ଗାକୁ ବାଉଁଶ କାତ ମାଧ୍ୟମରେ କୂଳକୁ ଆଣିବାକୁ ଚେଷ୍ଟା କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ମେ’ ୬ ତାରିଖ ଦିନ କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁ ଚିଲିକାରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କୁ ମୃତ୍ୟୁ ଘଟିଥିବା ୧୧ଜଣଙ୍କୁ ଉଦ୍ଧାର କରାଯାଇଥିଲା।

କାଳିଜାଈରୁ ୧୨ ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ବାଲୁଗାଁ ଅଭିମୁଖେ ଫେରୁଥିଲା ବେଳେ  ଚଢ଼େଇଗୁହା ପାହାଡ଼ ନିକଟରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଲାଇଫ ଗାର୍ଡ ଓ ପୁଲିସ ପହଞ୍ଚି ୧୧ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ହେଲେ  ଜଣେ ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ ଟିମ୍ ଓ ନାଭାଲ୍ ଟିମ ଖୋଜାଖୋଜି କରି  ଗୋଟଏ ଦିନ ପରେ  ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

 

The post ଚିଲିକା ମଝିରେ ଫସିଲା ଡଙ୍ଗା, ଅଟକି ରହିଛନ୍ତି ୪୦ ଯାତ୍ରୀ appeared first on Odisha Reporter.



from Odisha Reporter https://ift.tt/PRuB8WD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages