ଅଶାନ୍ତ ରାଜଧାନୀ, ପଳାଶୁଣିରେ ଫୁଟିଲା ବୋମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 19, 2022

ଅଶାନ୍ତ ରାଜଧାନୀ, ପଳାଶୁଣିରେ ଫୁଟିଲା ବୋମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ବିଚ୍‌ ରାସ୍ତାରେ ଗୁଳି ଫୁଟୁଛି ତ ଆଉ କେତେବେଳେ  ବୋମାମାଡ଼  ହେଉଛି।  କିଛି ଦିନ ହେବ ରାଜଧାନୀ ଛାତି ଉପରେ ଯେପରି ଅପରାଧୀ ମାନେ ତାଣ୍ଡବ ରଚି ଚାଲିଛନ୍ତି। ଏପରି  ସମାନ ଘଟଣା  ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି।

ଗତକାଲି ବିଳମ୍ବିତ ରାତିରେ  ଭୁବନେଶ୍ୱର ସ୍ଥିତ ପଳାସୁଣି ଜଗନ୍ନାଥ ବିହାରରେ ଥିବା ଆପାର୍ଟମେଣ୍ଟ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଛନ୍ତି।  ଦୁର୍ବୃତ୍ତମାନେ ୩ଟି ବୋମାଡ଼ କରିଥିବା ଜଣାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି  ବୋମାମାଡ଼ କରି ଚମ୍ପଟ ମାରିଥିଲେ।  ତେବେ ବୋମାମାଡ଼ର କାରଣ  ଅସ୍ପଷ୍ଟ ରହିଛି। ଜମିଜମା ବିବାଦକୁ କେନ୍ଦ୍ର କରି ବୋମାମାଡ଼ ହୋଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

 

 

The post ଅଶାନ୍ତ ରାଜଧାନୀ, ପଳାଶୁଣିରେ ଫୁଟିଲା ବୋମା appeared first on Odisha Reporter.



from Odisha Reporter https://ift.tt/P9obN1Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages