୨୭ ମାସ ପରେ ଜେଲ୍‌ରୁ ବାହାରିଲେ ଆଜମ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 19, 2022

୨୭ ମାସ ପରେ ଜେଲ୍‌ରୁ ବାହାରିଲେ ଆଜମ ଖାନ୍‌

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ଭେଟରାନ ନେତା ଆଜମ ଖାନ ଶେଷରେ ଜେଲରୁ ମୁକୁଳିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଏହାପରେ ସ୍ଥାନୀୟ କୋର୍ଟ ରେଗୁଲାର ଜାମିନ ସଂକ୍ରାନ୍ତ କାଗଜପତ୍ର ଉତ୍ତର ପ୍ରଦେଶର ସୀତାପୁର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ବିଳମ୍ବିତ ରାତିରେ ହସ୍ତାନ୍ତର କରିଥିଲେ। ଫଳରେ ଆଜି ସକାଳ ୮ଟା ବେଳକୁ ଆଜମ ଖାନ୍‌ ସୀତାପୁର ଜେଲ୍‌ରୁ ବାହାରିଛନ୍ତି। ଦୀର୍ଘ ୨୭ ମାସ ହେଲା ସେ ଜେଲରେ ଥିଲେ। ତାଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ସବୁ ମାମଲାରେ ତାଙ୍କୁ ଜାମିନ ମିଳି ସାରିଛି।

ଆଜି ସେ ଜେଲରୁ ବାହାରୁ ଥିବାରୁ ସକାଳୁ ତାଙ୍କ ସମର୍ଥକମାନେ ଭିଡ଼ ଜମାଇବା ଆରମ୍ଭ କରିଥିଲେ। ଆଜମ ଖାନ ଜେଲରୁ ବାହାରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ତାଙ୍କୁ ଜେଲରୁ ଆଣିବା ପାଇଁ ଅଖିଲେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ଓ ଦୁଇ ଝିଅ ସୀତାପୁର ଯାଇଥିଲେ। ଆଜାମଙ୍କ ରିଲିଜ ସମ୍ପର୍କରେ ଶିବପାଲ ଯାଦବ କହିଛନ୍ତି, “ଏହା ନ୍ୟାୟର ବିଜୟ। ଏହା ଆଜମ ଖାନଙ୍କ ବିଜୟ। ଆମେ ସମସ୍ତେ ସମାଜବାଦୀ। ଆମେ ସମସ୍ତେ ସୁଖ ଦୁଃଖରେ ଏକାଠି ରହିବା କଥା ନେତାଜୀ(ମୁଲାୟମ ସିଂହ ଯାଦବ)ଙ୍କ ଠାରୁ ଶିଖିଛୁ।” ଅଖିଲେଶ ଯାଦବଙ୍କ ଉପରେ ସେ ଖପ୍ପା ଥିବା ପ୍ରଶ୍ନରେ ଶିବପାଲ କୌଣସି ପ୍ରକାରର ଦେଇନାହାନ୍ତି।


ଗୁରୁବାର ସୁପ୍ରିମକୋର୍ଟ ଆଜମ ଖାନଙ୍କୁ ୮୮ତମ ମାଲାରେ ଜାମିନ ଦେଇଥିଲେ। ଏହାପରେ ପିଏମ-ଏମଏଲ କୋର୍ଟରେ ରିଲିଜ୍‌ ଅର୍ଡର ପାଇଁ ଆଜମ ଖାନଙ୍କ ଓକିଲ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାମିନ ପାଇଁ ଆଜମ ଖାନଙ୍କ ଓକିଲ ୧ ଲକ୍ଷ ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚଲିକା ଦାଖଲ କରିଥିଲେ। ଏହାପରେ କୋର୍ଟ ବିଳମ୍ବିତ ରାତିରେ ରିଲିଜ ଅର୍ଡର ଜେଲ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଜାରି କରିଥିଲେ। ଏହି ରିଲିଜ୍‌ ଅର୍ଡର ପରେ ଆଜି ସକାଳୁ ଜେଲରେ କାଗଜପତ୍ର କାମ ହୋଇଥିଲା। ଏହାପରେ ଆଜମ ଖାନ ଜେଲରୁ ବାହାରିଥିଲେ।

ସୂଚନାଯୋଗ୍ୟ, ଆଜମ ଖାନ ଜେଲରେ ୨୭ ମାସ ହେଲା ରହିଥିଲେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନ ଜିତିଥିଲେ। ସେହିପରି ନିକଟରେ ଶେଷ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସେ ରାମପୁର(ସଦର) ଆସନରୁ ବିଜୟୀ ହୋଇଛନ୍ତି।

The post ୨୭ ମାସ ପରେ ଜେଲ୍‌ରୁ ବାହାରିଲେ ଆଜମ ଖାନ୍‌ appeared first on Odisha Reporter.



from Odisha Reporter https://ift.tt/4i5t8Up

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages