‘ସୁପାରୀ କିଲର୍‌ ସଚିନ ବାଜେ’, ମନସୁଖଙ୍କୁ ହତ୍ୟା କରିବାକୁ ଦେଇଥିଲା ୪୫ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 4, 2022

‘ସୁପାରୀ କିଲର୍‌ ସଚିନ ବାଜେ’, ମନସୁଖଙ୍କୁ ହତ୍ୟା କରିବାକୁ ଦେଇଥିଲା ୪୫ ଲକ୍ଷ

ମୁମ୍ବାଇ: ବହୁଚର୍ଚ୍ଚିତ ବ୍ୟବସାୟୀ ମନସୁଖ ହିରେନ ହତ୍ୟା ମାମଲାରେ ଏନଆଇଏ ବମ୍ବେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ମନସୁଖ ହିରେନଙ୍କୁ ମାରିବା ପାଇଁ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେ ସୁପାରି କିଲର ସହ ଡିଲ୍ କରିଥିଲା । ଏହି ସୁପାରୀ କିଲର ହେଉଛନ୍ତି ତାଙ୍କର ସହଯୋଗୀ ତଥା ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ହତ୍ୟା ପାଇଁ ପ୍ରଦୀପ ୪୫ ଲକ୍ଷ ଟଙ୍କା ସଚିନ ବାଜେ ପାଖରୁ ନେଇଥିଲେ। ଆଉ ଡିଲ୍ ଅନୁଯାୟୀ ଏକ ନଦୀରେ ମନସୁଖଙ୍କୁ ହତ୍ୟା କରି ଫିଙ୍ଗିଦେଇଥିଲେ ବୋଲି ପୂର୍ବରୁ ଚାର୍ଜଶିଟରେ ତଦନ୍ତ ଅଧିକାରୀ ଉଲ୍ଲେଖ କରିସାରିଛନ୍ତି

ଏନଆଇଏ କୋର୍ଟରେ ପ୍ରଦୀପ ଶର୍ମାଙ୍କ ଜାମିନ ଆବେଦନକୁ ବିରୋଧ କରି ଆହୁରି ଅନେକ କିଛି ତଥ୍ୟ ଦେଇଛି। ଯେଉଁଥିରେ କୁହାଯାଇଛି ଏହି ହତ୍ୟାର ଷଡ଼ଯନ୍ତ୍ର ମୁମ୍ବାଇ ପୁଲିସ କମିଶନରଙ୍କ ଅଫିସରେ ହୋଇଥିଲା। ଏହି ସମୟରେ ପୁଲିସ କମିଶନର ଥିଲେ ପରମବୀର ସିଂହ। ଯିଏକି ବଟି ଆଦାୟ ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟ କଚେରୀ ଦୌଡୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଯେଉଁ ଖାକି ବର୍ଦ୍ଦି ପିନ୍ଧି ଲୋକଙ୍କୁ ନ୍ୟାୟ ଦେବା କଥା ସେହି ବର୍ଦ୍ଦି ପିନ୍ଧି ସଚିନ ବାଜେ ହତ୍ୟାର ଷଡଯନ୍ତ୍ର ରଚିଥିଲା। ଏଥିପାଇଁ ପ୍ରଦୀପ ଶର୍ମାଙ୍କୁ କ୍ରାଇମ ପାର୍ଟନର ଭାବେ ବ୍ୟବହାର କରିଛି। ମୁମ୍ବାଇ ପୁଲିସରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ପ୍ରଦୀପ ଜଣାଶୁଣା। ବିବାଦୀୟ କାର୍ଯ୍ୟକଳାପ ପାଇଁ ସେ ପୁଲିସ ଚାକିରିରୁ ନିଲମ୍ବିତ ହୋଇଥିଲେ। ପରେ ଶିବସେନା ଟିକେଟରୁ ବିଧାୟକ ଭାବେ ନିର୍ବାଚନ ଲଢି ମାଟି କାମୁଡିଥିଲେ।

ଏନଆଇଏର ଏହି ଦାବି ପରେ ମହାରାଷ୍ଟ୍ର ସରକାର କିଭଳି ଜଣେ ଅପରାଧୀ ପୁଲିସ ଅଧିକାରୀକୁ ସୁରକ୍ଷା ଦେଉଥିଲା ସେ ନେଇ ପ୍ରଶ୍ନ ଉଠିଛି। ଆଉ ପୁଲିସର ନାକ ତଳେ ଏତେ କଥା ହେଉଥିବା ବେଳେ ପରମବୀର ସିଂହ ଏବଂ ସେତେବେଳେର ଡିଜି କେମିତି କିଛି ଜାଣିପାରିଲେନି ତାହା ମଧ୍ୟ ପ୍ରଶ୍ନ ଘେରରେ।

ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲେଆ। ଏହି ଅଟ୍ଟାଳିକା ଆଗରୁ ବିସ୍ଫୋରଣ ଭର୍ତ୍ତି ସ୍କୋର୍ପିଓ ଜବତ ହୋଇଥିଲା। ଏହି କାରର ମାଲିକ ମନସୁଖ ହିରେନ। ଯାହାକୁ ସଚିନ ବାଜେ ଆଣି ବ୍ୟବହାର କରୁଥିଲେ। ଉଭୟ ବାଜେ ଏବଂ ମନସୁଖ ଭଲ ସାଙ୍ଗ। ତେବେ ବିସ୍ଫୋରଣ ସାମଗ୍ରୀ ଭର୍ତ୍ତି କାର ମାମଲାରେ ମହାରାଷ୍ଟ୍ର ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦଶ ଦେବା ପରେ ମନସୁଖ ହିରେନ ତଦନ୍ତ ପରିସରଭୁକ୍ତ ହୋଇଥିଲେ। ଆଉ କ୍ରାଇମବ୍ରାଞ୍ଚ ତଦନ୍ତର ନେତୃତ୍ୱ ନେଇଥିଲେ ସଚିନ ବାଜେ। ଏହି ସମୟରେ ମନସୁଖ କହିଥିଲେ କାରଟି ଦୁଇ ଦିନ ହେବ ହଜିଯାଇଥିଲା। ସେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା। ତଦନ୍ତ ଭାର ଏଟିଏସ ହାତକୁ ଯିବା ପରେ ହଠତ୍ ମନସୁଖଙ୍କ ମୃତଦେହ ଏକ ନଦୀରୁ ଉଦ୍ଧାର ହୋଇଥିଲା।

The post ‘ସୁପାରୀ କିଲର୍‌ ସଚିନ ବାଜେ’, ମନସୁଖଙ୍କୁ ହତ୍ୟା କରିବାକୁ ଦେଇଥିଲା ୪୫ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/fcqH0Sj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages