ବିଲ ମଝିରେ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 4, 2022

ବିଲ ମଝିରେ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଅନ୍ଧାର ରାତିରେ ବିଲ ମଝିରେ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା । ଗତକାଲି ରାତିରେ ଶୌଚ ପାଇଁ ଯାଇଥିବା ମହିଳାଜଣକ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ପାଇଥିଲେ। ଏପରି ଅଭାବନୀୟ ଘଟଣା ଗତ ରାତିରେ ବଲାଙ୍ଗିର ସହର ଲର୍କିପାଲିଠାରେ ଘଟିଥିବା ବେଳେ ମୃତା ମହିଳାଜଣକ ହେଉଛନ୍ତି ଅଞ୍ଜନା ପଟେଲ ।

ଗତକାଲି ରାତି ପ୍ରାୟ ୯ ଟାରେ ୪୫ ବର୍ଷୀୟା ଅଞ୍ଜନା ଶୌଚ ପାଇଁ ନିଜ ଘରଠୁ ୨୦୦ ମିଟର ଦୂର ଏକ ବିଲକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ରାତିରେ ପରିବାର ଲୋକେ ଖୋଜାଖୋଜି ପରେ ବିଲ ଭିତରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ ।

ଘଟଣାସ୍ଥଳରେ ତଦନ୍ତ କରୁଛି ସାଇଣ୍ଟିଫିକ୍‌ ଟିମ୍‌ ।

ଏ ନେଇ ପରିବାର ଲୋକେ ଟାଉନ ଥାନାରେ ରାତି ପ୍ରାୟ ୧୨ଟାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ରାତିରେ ଶବ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ମର୍ଗର ଭିତରେ ରଖିଛି ।

ଆଜି ସକାଳୁ ସକାଳୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ଯାଇ ଛାନଭିନ୍‌ କରିଛି । ହତ୍ୟାକାଣ୍ଡ ଘଟିଥିବା ଘଟଣାସ୍ଥଳରେ କିଛି ମଦ ବୋତଲ ପଡିଥିବା ଦେଖିବାକୁ ମିଳିଛି।  କିଛି ଲୋକ ବିଲ ମଝିରେ ମଦ ପିଉଥିବା ସମୟରେ ମହିଳାଙ୍କୁ ଦେଖି ଦୁଷ୍କର୍ମ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ମହିଳାଜଣକ ଏହାର ପ୍ରତିବାଦ କରିବାକୁ ସେମାନେ ତାଙ୍କୁ ହତ୍ୟା କରିଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି।

ଘଟଣାସ୍ଥଳରେ ମଦ ବୋତଲ ପଡ଼ି ରହିଛି।

ଟାଉନ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାରୀ କିଏ ଏବଂ କେତେଜଣ ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଅଞ୍ଜନାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ତାଙ୍କ ମୃତ୍ୟୁ ପରେ ତାଙ୍କ ପିଲାମାନେ ଅନାଥ ହୋଇଯାଇଛନ୍ତି।

The post ବିଲ ମଝିରେ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା appeared first on Odisha Reporter.



from Odisha Reporter https://ift.tt/ysrOAlJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages