ଆଜି ଅବପାତ, ସ୍ପଷ୍ଟ ହେବ ସମ୍ଭାବ୍ୟ ବାତ୍ୟାର ଗତିପଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 6, 2022

ଆଜି ଅବପାତ, ସ୍ପଷ୍ଟ ହେବ ସମ୍ଭାବ୍ୟ ବାତ୍ୟାର ଗତିପଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଥିବା ବେଳେ ତାହା ଆଜି ଅବପାତରେ ପରିଣତ ହୋଇପାରେ । ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଅବପାତଟି ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟାରେ ବାତ୍ୟାରେ ରୂପାନ୍ତରିତ ହୋଇପାରେ ।  ତାହା କ୍ରମେ ୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ତେବେ ଆଜି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ ।

ବାତ୍ୟା କେଉଁ ଉପକୂଳ ଛୁଇଁବ, କେବେ ଛୁଇଁବ ସେନେଇ ଆକଳନ କରିହେବ ।  ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଇଥିବାରୁ ମତ୍ସ୍ୟଜୀବୀ ଫେରି ଆସିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ।

ସେପଟେ ସମ୍ଭାବ୍ୟ ବାତ୍ୟା ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି, ଆଇଏମ୍‌ଡି ପକ୍ଷରୁ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସେହି ଅନୁଯାୟୀ NDRF, ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ପ୍ଲାନ କରାଯିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖରେ ଗଂଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ତେବେ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା ।

୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଇଥିବାରୁ  ୮ ତାରିଖ ସକାଳୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଆଉ ପ୍ରବେଶ କରାଇଦିଆଯିବନି । ସେମାନଙ୍କ ଉପରେ ନଜର ରଖିବାକୁ ନୌସେନା, କୋଷ୍ଟଗାର୍ଡଙ୍କୁ ନିର୍ଦ୍ଦେଶ  କୁହାଯାଇଛି  । ଚାଷ ସଂପର୍କିତ ପରାମର୍ଶ ପାଇଁ କୃଷି ବିଭାଗକୁ ଗାଇଡଲାଇନ ପାଇଁ କୁହାଯାଇଛି ।  ସେହିପରି ଟେଲିକମ୍ କଂପାନୀମାନଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ଏସ୍ଅାର୍ସି କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ଯୋଗୁ  କିଛି ଟାୱାର ଭାଙ୍ଗିଲେ, ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳ ସଂପଦ, ପୂର୍ତ୍ତ, ଜଙ୍ଗଲ ବିଭାଗ ସହ ବି ଆଲୋଚନା ହୋଇଛି । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରିଛୁ, କିଛି ପରିସ୍ଥିତି ଉପୁଜିଲେ ମୁକାବିଲା ପାଇଁ ସକ୍ଷମ ହେବୁ ବୋଲି ଏସ୍ଆରସି  କହିଛନ୍ତି ।

The post ଆଜି ଅବପାତ, ସ୍ପଷ୍ଟ ହେବ ସମ୍ଭାବ୍ୟ ବାତ୍ୟାର ଗତିପଥ appeared first on Odisha Reporter.



from Odisha Reporter https://ift.tt/ik8spvZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages