ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 6, 2022

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜଣଙ୍କ ଜୀବନ

ରାମପୁର: ଉତ୍ତର ପ୍ରଦେଶର ଅଜିମ ନଗର ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଓ ସେମାନଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମୋରଦାବାଦ ଜିଲ୍ଲାରେ ରହୁଥିବା ୧୧ ଜଣ ଲୋକ ଗୋଟିଏ କାର୍‌ରେ ରାମପୁରରେ ଆୟୋଜିତ ବାହାଘର କାର୍ଯ୍ୟକ୍ରମକୁ ଯାଉଥିଲେ। ତେବେ ଅଧା ବାଟରେ ସେମାନଙ୍କ କାର୍‌ ପ୍ରଥମେ ଗୋଟିଏ ବିଦ୍ୟୁତ ଖୁଣ୍ଟିକୁ ଧକ୍କା ଦେଇଥିଲା। ଏହାପରେ ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ଜୀବନ ଯାଇଛି। ଏବେ ହସ୍ପିଟାଲରେ ଆଉ ୪ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ପୁଲିସ୍ କହିଛି।

ପୁଲିସ୍‌ କହିଛି ଯେ ମୃତାହତମାନେ ରାହାତା ମାଫି ଗାଁର। ଦୁର୍ଘଟଣା ବେଳେ କାରର ବେଗ ଅତ୍ୟନ୍ତ ଅଧିକ ଥିଲା। ତେଣୁ ଏତେ ବଡ଼ ଘଟଣା ଘଟିଛି। ଦୁର୍ଘଟଣାରେ ବୀନିତ, ରାଜେଶ, କ୍ରଶାବ, ଆକାଶ ସକସେନା, ବିବେକ ଚୌହାନ, ସୌରଭ ଓ ତୁରଣଙ୍କ ମୃତ୍ୟୁ ଘଟିଛି। ରାମପୁର ଜିଲ୍ଲା ହସ୍ପିଟାଲର ଡେପୁଟି ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଦଶରତ ସିଂହ କହିଛନ୍ତି, “ଆମେ ପ୍ରଥମେ ୬ଟି ମୃତଦେହ ଗ୍ରହଣ କରିଥିଲୁ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଆହତ ହୋଇଥିବା ତୁରଣ ନାମକ ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆହତମାନେ ଆଇସିୟୁରେ ଅଛନ୍ତି ଓ ସେମାନଙ୍କୁ ମୀରଟ ସ୍ଥାନାନ୍ତର କରାଯାଇଛି।”

The post ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/hndHyQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages