ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଦିଲ୍ଲୀର ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ) କ୍ୟାମ୍ପସ। ଆସିଲା ଯୌନ ଶୋଷଣ ଅଭିଯୋଗ। ଅଖିଳ ଭାରତୀୟ ଛାତ୍ର ସଂଘ(AISA)ର ଜଣେ କର୍ମକର୍ତ୍ତାଙ୍କ ବିରୋଧ ଏଭଳି ଅଭିଯୋଗ ଆସିଛି। କ୍ୟାମ୍ପସ ପରିସରରେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି।
ମହିଳା ଜଣକ ଅଭିଯୋଗ ମୁତାବକ, ଏହି ବ୍ୟକ୍ତି ଜଣକ ବିନା ଅନୁମତିରେ ତାଙ୍କୁ ଭୁଲ୍ ଢ଼ଙ୍ଗରେ ଛୁଇଁଥିଲେ ଏବଂ ତାଙ୍କୁ ପଛପଟୁ ଧରିଥିଲେ। ଏହି ବ୍ୟକ୍ତି ଦୀର୍ଘ ସମୟ ଧରି ଏହା କରିଥିଲେ ଏବଂ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।
ପୀଡିତା ମହିଳା ଜଣକ ଏନେଇ ଅଭ୍ୟାନ୍ତରୀଣ ଅଭିଯୋଗ କମିଟି (ଆଇସିସି)ରେ ଅଭିଯୋଗ କରିବା ସହ ତୁରନ୍ତ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେପଟେ ଏହି ମାମଲାରେ AISA କହିଛି ଯେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ସେ ନିଜ କର୍ମୀଙ୍କୁ ସଂଗଠନର କୌଣସି କାର୍ଯ୍ୟକ୍ରମରେ ଭାଗ ନେବାକୁ ମନା କରି ଦେଇଛି।
ଜେଏନ୍ୟୁ ଆଇସିସିର ମୁଖ୍ୟ ଅଧିକାରୀ ପୁନମ୍ କୁମାରୀ ବର୍ତ୍ତମାନ ଏହି ମାମଲରେ କିଛି କହିବାକୁ ମନା କରିଦେଇଛନ୍ତି। ଆମ ପାଖକୁ ଏଭଳି ଅନେକ ଅଭିଯୋଗ ଆସୁଛି କିନ୍ତୁ ଆମେ ସେଗୁଡ଼ିକ ବିଷୟରେ କହି ପାରିବୁ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜେଏନୟୁ ଛାତ୍ର କଲ୍ୟାଣକାରୀ ଡିନ୍ ସୁଧୀର ପ୍ରତାପ ସିଂ ଏ ବିଷୟରେ ଅବଗତ ନଥିବା କହିଛନ୍ତି।
The post ପୁଣି ବିବାଦରେ ଜେଏନ୍ୟୁ, କ୍ୟାମ୍ପସ୍ ଭିତରେ ଯୌନ ଶୋଷଣ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/oYuC2yU
No comments:
Post a Comment