କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି।
କୋଭିଡ ଗାଇଡଲାଇନ ମାନି ଆତିଥ୍ୟ ପ୍ରଦାନ କରିବାକୁ ସଜବାଜ ହେଉଛି ଭୁବନେଶ୍ୱରର ଏକ ତାରକା ହୋଟେଲ। ଗତକାଲିଠୁ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚର ଅଫ୍ଲାଇନରେ ଟିକଟେ ବିକ୍ରି ଆରମ୍ଭ ହୋଇଛି। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନକୁ ଟିକେଟ ପ୍ରଦାନ କରାଯାଇଛି। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି କରାଯିବ ପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ୧୬ ହଜାର ୧୫୪ଟି ଟିକେଟ।
The post ବାରବାଟୀ ଟି-20; ୧୦ରେ ଭୁବନେଶ୍ୱର ପହଞ୍ଚିବେ ଉଭୟ ଟିମ୍ର ଖେଳାଳି appeared first on Odisha Reporter.
from Odisha Reporter https://ift.tt/h2lkb3B
No comments:
Post a Comment