ମହାନଦୀ ମଝିରେ ଫସିଲେ ୨ ହାତୀ, ଉଦ୍ଧାର ପାଇଁ ଚାଲିଛି ଚେଷ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 7, 2022

ମହାନଦୀ ମଝିରେ ଫସିଲେ ୨ ହାତୀ, ଉଦ୍ଧାର ପାଇଁ ଚାଲିଛି ଚେଷ୍ଟା

ବାଙ୍କି(ସଞ୍ଜୀପ କୁମାର ନାୟକ): ମହାନଦୀ ମଝିରେ ଫସି ରହିଛନ୍ତି ୨ ହାତୀ । ସେମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ବି କୂଳକୁ ଆସୁ ନାହାନ୍ତି ହାତୀଦ୍ୱୟ । ଫଳରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ବନ ବିଭାଗ ପାଇଁ ଏକ ପ୍ରକାର ଚଲେଞ୍ଜ ହୋଇଛି।

କିଛି ଦିନ ପୂର୍ବେ ବାଙ୍କୀ ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ୨ଟି ହାତୀ ଉପଦ୍ରବ କରୁଥିଲେ ଓ ଫସଲ ଖାଉଥିଲେ। ମାତ୍ର ଡମପଡ଼ା ଅଞ୍ଚଳରେ ଫସଲ ସରିଯିବା ପରେ ସେମାନେ ମହାନଦୀ ପାର ହୋଇ ଆଠଗଡ଼ ସୁକାଶନ ଜଙ୍ଗଲକୁ ଯାଇଥିଲେ। ଆଜି ସେମାନେ ସୁକାଶନ ଜଙ୍ଗଲରୁ ଡମପଡ଼ା ଚନ୍ଦକା ଅଭୟାରଣ୍ୟକୁ ଫେରୁଥିଲେ।

ମାତ୍ର ଭଗିପୁର ନିକଟସ୍ଥ ମହାନଦୀ ମଝିରେ ସେମାନେ ଫସି ରହିଥିବା ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇ ବନ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ହାତୀଙ୍କୁ ଦେଖିବାକୁ କୂଳରେ ଅସମ୍ଭବ ଭିଡ଼ ହୋଇଛି।

ହାତୀଦ୍ୱୟଙ୍କୁ କୂଳକୁ ଆଣିବାକୁ ବନ ବିଭାଗ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଉଛି । ମାତ୍ର ସେମାନେ କୂଳମୁହାଁ ହେଉଥିବା ବେଳେ ଲୋକ ଭିଡ଼ ଦେଖି ଭୟଭୀତ ହୋଇ ପୁଣି ଥରେ ପାଣି ଭିତରକୁ ପଳାଇ ଯାଉଛନ୍ତି।  ଅପରପକ୍ଷେ, ଲୋକ ଭିଡ଼କୁ କମାବା ପାଇଁ ପୁଲିସ୍‌ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।  ବନ ବିଭାଗ ସେମାନଙ୍କ ଗତିବିଧୀ ଉପରେ ନଜର ରଖିଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖରେ କଟକ ମୁଣ୍ଡଳି ବ୍ୟାରେଜର ମହାନଦୀରେ ଫସି ରହିଥିବା ଗୋଠ ଛଡ଼ା ହାତୀକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଦୁଇଟି ମୂଲ୍ୟବାନ ଜୀବନ। ହାତୀକୁ ଉଦ୍ଧାର କରିବାକୁ ଯାଇ ମୁଣ୍ଡଳିରେ ଛାତିଥରା ବୋଟ୍‌ ଟ୍ରାଜେଡି ଘଟଣା ଘଟି ଯାଇଥିବା ବେଳେ ଏଥିରେ ଓଟିଭିର ଯୁବ ସାମ୍ୱାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍‌ ଯବାନ ସୀତାରାମଙ୍କ ମୃତ୍ୟୁ ହୋଇଥିଲା। । ଏଥିପାଇଁ  ସିଧାସଳଖ ବନବିଭାଗର ପାରିବା ପଣିଆ ଓ ଦାୟିତ୍ୱହୀନତାକୁ ଦାୟୀ କରାଯାଇଥିଲା ।

The post ମହାନଦୀ ମଝିରେ ଫସିଲେ ୨ ହାତୀ, ଉଦ୍ଧାର ପାଇଁ ଚାଲିଛି ଚେଷ୍ଟା appeared first on Odisha Reporter.



from Odisha Reporter https://ift.tt/3n7Ertc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages