ଏକନାଥ ସିନ୍ଦେ ଆମ ନେତା, ଉପ ବାଚସ୍ପତିଙ୍କୁ ଚିଠି ଲେଖିଲେ ୩୭ ଶିବସେନା ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 23, 2022

ଏକନାଥ ସିନ୍ଦେ ଆମ ନେତା, ଉପ ବାଚସ୍ପତିଙ୍କୁ ଚିଠି ଲେଖିଲେ ୩୭ ଶିବସେନା ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଘନେଇବାରେ ଲାଗିଛି। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିବା ଶିବସେନା ବିଧାୟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସିନ୍ଦେଙ୍କ ସହ ଜଣଙ୍କ ପରେ ଜଣେ ଶିବସେନେ ବିଧାୟକ ଯୋଗ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଡ଼ୁଆ ବଢ଼ିଛି।

ଏସବୁ ଭିତରେ ଶିବସେନାର ୩୭ ଜଣ ବିଧାୟକ ମିଳିତ ଭାବେ ରାଜ୍ୟର ଉପ ବାଚସ୍ପତି ନରହରି ଜିରୱାଲଙ୍କୁ ଗୋଟିଏ ଚିଠି ଲେଖିଛନ୍ତି। ଏହି ଚିଠିରେ ସେମାନେ ଏକନାଥ ସିନ୍ଦେ ହିଁ ଶିବସେନା ବିଧାୟକ ଦଳର ନେତା ବୋଲି କହିଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ୩୭ ଜଣ ଶିବସେନା ବିଧାୟକ ରହିଥିଲେ। ହେଲେ ରାତିରେ ଆହୁରି କିଛି ଦଳୀୟ ବିଧାୟକ ଗୌହାଟୀରେ ତିଆରି ହୋଇଥିବା ବିଦ୍ରୋହୀଙ୍କ କ୍ୟାମ୍ପରେ ଯୋଗ ଦେଇଛନ୍ତି।

ସିନ୍ଦେ ଦାବି କରିଛନ୍ତି ଯେ ଦଳର ୪୨ ଜଣ ବିଧାୟକ ତାଙ୍କ ସହ ରହଛନ୍ତି। ଏଥିସହ ୯ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ତାଙ୍କ ସହ ରହିଛି। ଯଦି ସିନ୍ଦେଙ୍କ ଏହି ଦାବି ସତ, ତା’ହେଲେ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପି ଗଠନ କରିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାରର ପତନ ସୁନିଶ୍ଚିତ।

ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରିଥିବାରୁ ତାଙ୍କୁ ଉଦ୍ଧବ ଠାକରେ ଶିବସେନା ବିଧାୟକ ଦଳ ନେତା ପଦରୁ ବିଦା କରିଥିଲେ। ଏଥିସହ ଅଜୟ ଚୌଧୁରୀଙ୍କୁ ଶିବସେନାର ନୂଆ ବିଧାୟକ ଦଳ ନେତା ଭାବେ ନିଯୁକ୍ତି ଦେଇଥିଲେ। ଗୁରୁବାର ସନ୍ଧ୍ୟାରେ ଉପ ବାଚସ୍ପତି ନରହରି ମଧ୍ୟ ଅଜୟ ଚୌଧୁରୀଙ୍କ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ହେଲେ ବିଦ୍ରୋହୀ ବିଧାୟକମାନେ ତାଙ୍କୁ ଚିଠି ଲେଖି ଏକନାଥ ସିନ୍ଦେ ହିଁ ଶିବସେନାର ପ୍ରକୃତ ବିଧାୟକ ଦଳର ନେତା ବୋଲି କହିଛନ୍ତି। ଏଥିସହ ଅଜୟ ଚୌଧୁରୀଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇଛନ୍ତି।

୩୭ ବିଧାୟକଙ୍କ ଦସ୍ତଖତ ଥିବା ଚିଠିରେ କୁହାଯାଇଛି ଯେ ଶିବସେନାର ନୂଆ ଚିଫ ହ୍ୱିପ ଭାବେ ଭାରତ ଗୋଗାଭେଲଙ୍କୁ ନିଯୁକ୍ତି ଦିଆଯାଇଛି। ତେଣୁ ଏହି ପଦରେ ସୁନୀଲ ପ୍ରଭୁଙ୍କୁ ମିଳିଥିବା ନିଯୁକ୍ତିକୁ ତତ୍କାଳ ଭାବେ ଅସିଦ୍ଧ ଘୋଷଣା କରାଯାଉ। ଶ୍ରୀ ପ୍ରଭୁଙ୍କୁ ଉଦ୍ଧବ ଠାକରେ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିଲେ। ହେଲେ ବିଦ୍ରୋହୀ ବିଧାୟକମାନେ ଏହାକୁ ବିରୋଧ କରିଛନ୍ତି। ବାଚସ୍ପତି ସିନ୍ଦେଙ୍କ ସମର୍ଥିତ ବିଧାୟକଙ୍କ ଚିଠି ପାଇଛନ୍ତି। ସବୁ କିଛିର ଯାଞ୍ଚ ପରେ ସେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ଦଳ ବଦଳ ନିରୋଧ ଆଇନକୁ ମାତ ଦେବା ଓ ଦଳ ବିଭାଜନ ପାଇଁ ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ଠାରୁ ହିଁ ଏହି ସଂଖ୍ୟା ସିନ୍ଦେଙ୍କ ପାଖରେ ହୋଇ ସାରିଲାଣି। ତେଣୁ ଆଗକୁ ଏକନାଥ ସିନ୍ଦେ ଆଣ୍ଡ କୋ ଶିବସେନାର କମାଣ ସମ୍ଭାଳିବେ ବୋଲି କୁହାଯାଉଛି। ପୂର୍ବରୁ ଉଦ୍ଧବ ଠାକରେଙ୍କ କ୍ୟାମ୍ପରେ ଥିବା କିଛି ବିଧାୟକ ଗୁରୁବାର ରାତିରେ ଗୌହାଟୀରେ ପହଞ୍ଚିଛନ୍ତି। ସେମାନେ ମଧ୍ୟ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେବେ।

ଅନ୍ୟପକ୍ଷରେ ସିନ୍ଦେଙ୍କ ସମେତ ୧୨ ଜଣ ବିଧାୟକଙ୍କ ସଦସ୍ୟତାକୁ ରଦ୍ଦ କରିବାକୁ ଶିବସେନା ଦାବି କରିଛି। ଏନେଇ ଦଳର ନେତା ଅରବିନ୍ଦ ସାୱନ୍ତ ଉପ ବାଚସ୍ପତି ନରହରିଙ୍କ ନିକଟରେ ଗୋଟିଏ ପିଟିସନ ଦାଖଲ କରିଛନ୍ତି। ଦଳର ମୁଖ୍ୟ ସଚେତନ ବୈଠକ ଡାକିଥିଲେ ମଧ୍ୟ ସିନ୍ଦେଙ୍କ ସମେତ ୧୨ ବିଧାୟକ ଏଥିରେ ଯୋଗ ଦେଇ ନଥିଲେ। ତେଣୁ ବିଧାନସଭାରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଶ୍ରୀ ସାୱନ୍ତ ପିଟିସନରେ ଉଲ୍ଲେଖ କରିଛନ୍ତି।

The post ଏକନାଥ ସିନ୍ଦେ ଆମ ନେତା, ଉପ ବାଚସ୍ପତିଙ୍କୁ ଚିଠି ଲେଖିଲେ ୩୭ ଶିବସେନା ବିଧାୟକ appeared first on Odisha Reporter.



from Odisha Reporter https://ift.tt/4czhdrw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages