ନୂଆଦିଲ୍ଲୀ: ଆଜି ଆସିବ ଦେଶର ୬ ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ରେଜଲ୍ଟ। ଜୁନ୍ ୨୩ ତାରିଖରେ ତିନି ଲୋକସଭା ଆସନ ଓ ୭ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଉତ୍ତର ପ୍ରଦେଶର ରାମପୁର ଓ ଆଜମଗଡ଼ ଏବଂ ପଞ୍ଜାବର ସଙ୍ଗରୁର ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା।
ସେହିପରି ଚାରି ରାଜ୍ୟର ୭ଟି ବିଧାନସଭାରେ ମଧ୍ୟ ଉପନିର୍ବାଚନ ହୋଇଥିଲା। ତ୍ରିପୁରାର ଅଗରତାଲା, ସରମା, ଜୁବାରାଜଗର ଓ ବରୋଦାବାଲା ଟାଉନ୍ ବିଧାନସଭା ଆସନରେ ଲୋକେ ମତ ସାବ୍ୟସ୍ତ କରିଥିଲେ। ଏହାସହ ଝାଡ଼ଖଣ୍ଡର ମାଣ୍ଡର, ଆନ୍ଧ୍ର ପ୍ରଦେଶର ଆତ୍ମକୁର ଓ ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ ଇଭିଏମରେ କଏଦ ଅଛି।
ଏସବୁ ଆସନରେ କିଏ ବାଜିମାତ କରିବ ତାହା ଆଜି ସ୍ପଷ୍ଟ ହେବ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟର ଗଣନା ଚାଲିଛି ଏବଂ ଏହା ପରେ ଇଭିଏମ୍ ଖୋଲାଯିବ।
ତେବେ ଭୋଟ ଗଣତି ଆରମ୍ଭ ହେବା ପୂର୍ବରୁ ଆଜମଗଡର ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବ ବଡ ଅଭିଯୋଗ ଆଣିଛନ୍ତି। ମତଗଣନା କେନ୍ଦ୍ର ଭିତରେ ଇଭିଏମ୍ ଗୁଡିକ ଟାମ୍ପରିଂ କରାଯାଉଛି ବୋଲି ସେ କହିଛନ୍ତି।
The post ଆଜି ଆସିବ ୩ ଲୋକସଭା ଓ ୭ ବିଧାନସଭା ଉପନିର୍ବାଚନ ଫଳ appeared first on Odisha Reporter.
from Odisha Reporter https://ift.tt/JeBV2R3
No comments:
Post a Comment