ମହାରାଷ୍ଟ୍ର ରାଜନୀତିକ ସଙ୍କଟ: ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 26, 2022

ମହାରାଷ୍ଟ୍ର ରାଜନୀତିକ ସଙ୍କଟ: ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ମୁମ୍ବାଇ:  ଉଠୁଛି ପଡୁଛି ମହାରାଷ୍ଟ୍ର ରାଜ୍ୟ ରାଜନୀତି। ଦିନ ଯେତିକି ଗଡୁଛି ସେତିକି ଦ୍ୱନ୍ଦ ସେତିକି ବଢୁଛି। ଶିବସେନା ବନାମ ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ସରଗରମ ସ୍ଥିତି ଜାରି ରହିଛି। ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ।

ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନା ଯଥାସମ୍ଭବ ଚେଷ୍ଟା କରୁଛି। ଏହାରି ଭିତରେ ବଡ ବଡ ନେତାଙ୍କ ପରେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଅଣ୍ଟା ଭିଡିଛନ୍ତି ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ। ବିଧାୟକମାନଙ୍କୁ ଫେରାଇ ଆଣିବା ପାଇଁ ସେ ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି।

ରଶ୍ମୀ ଠାକରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଲାଗି ପଡିଛନ୍ତି। ସେ ଲଗାତାର ବିଧାୟକଙ୍କ ପତ୍ନୀମାନଙ୍କ ସହ ଯୋଗଯୋଗ କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ମାଧ୍ୟମରେ ସେ ନିଜ କଥା ତାଙ୍କ ପାଖକୁ ପହଞ୍ଚାଉଛନ୍ତି। ଏଥିପାଇଁ ରଶ୍ମୀ ଠାକରେ ମାତୋଶ୍ରୀରୁ ବହୁ ବିଦ୍ରୋହୀ ବିଧାୟକଙ୍କ ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନଙ୍କ ସ୍ୱାମୀଙ୍କୁ ବହୁ ବୁଝାଇବା ପରେ ଉଦ୍ଧବ ଶିବିରକୁ ଫେରିବାକୁ କହିଥିଲେ।

ମିଳିଥିବା ସୂତ୍ର ମୁତାବକ, ବର୍ତ୍ତମାନ ଗୁୱାହାଟୀର ହୋଟେଲରେ ଥିବା କିଛି ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବ ଠାକରେ ମେସେଜ ପଠାଇଛନ୍ତି। ଫେରି ଆସିବା ପାଇଁ ସେ ନିଜ ମେସେଜରେ କହିଥିବା ଜଣାପଡିଛି।

ସେପଟେ, ଶିବସେନା ବିଦ୍ରୋହୀ ନେତା ଏକନାଥ ସି‌ନ୍ଦେ ବିଜେପି ନେତା ଦେବେନ୍ଦ୍ର ଫଡ଼ନବୀଶଙ୍କୁ ଗତରାତିରେ ଗୁଜରାଟରେ ଭେଟି ମହାରାଷ୍ଟରେ ସମ୍ଭାବ୍ୟ ସରକାର ଗଠନ କରିବା ଲାଗି ଆଲୋଚନା କରିଥିବା କଥା ବିଶେଷସୂତ୍ରରୁ ଜଣା ପଡ଼ିଛି। ଏହାପରେ  ବି‌ଦ୍ରୋହୀମାନଙ୍କ ବିଶ୍ୱାସଘାତକତାକୁ ଭୁଲି ହେବନାହିଁ ବୋଲି ‘ଟିମ୍‌ ଠାକ୍‌ରେ’ କହିଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଶନିବାର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ୬ଟି ବିଶେଷ ପ୍ରସ୍ତାବ ପାରିତ ହୋଇଥିଲା। ବାଲାସାହେବଙ୍କ ନାଁ ଉପରେ କେବଳ ଶିବସେନାର ଅଧିକାର ରହିଛି  ଓ ଏହି ନାଁର ଅପବ୍ୟହାର କରାଯାଇଥିବା ଅଭିଯୋଗ କରି ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।

ମହାରାଷ୍ଟ୍ର ରାଜନୀତି ହଲଚଲ ଭିତରେ ଉଗ୍ର ହୋଇପଡିଛନ୍ତି ଶିବସୈନିକ। ସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ବିଭିନ୍ନ ରାଜନୈତିକ ଦଳ କାର୍ଯ୍ୟାଳୟ ବାହାରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ହାଇଆର୍ଲଟରେ ରହିଛି ମୁମ୍ବାଇ।

ସୂଚନା ଥାଉକି, ଶିବସେନା ବିଧାୟକ ତଥା ଏମ୍‌ଭିଏ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରିଛନ୍ତି। ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ଅଛି ବୋଲି କହିବା ସହ ସେ ବର୍ତ୍ତମାନ ରାଜ୍ୟରେ ତୃତୀୟ ପକ୍ଷ ହେବା ଦାବି କରିଛନ୍ତି। ଏହି ବିଧାୟକମାନେ ବର୍ତ୍ତମାନ ଆସାମର ଗୁୱାହାଟୀର ଏକ ହୋଟେଲରେ ଅଛନ୍ତି।

The post ମହାରାଷ୍ଟ୍ର ରାଜନୀତିକ ସଙ୍କଟ: ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/ZD3gOyG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages