ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ । କାହା ସପକ୍ଷରେ ଜନମତ ଯିବ, କାହାକୁ ଲୋକେ ନିଜ ନେତା ରୂପେ ବାଛିବେ ତାହା ଉପରୁ ଆଜି ପରଦା ହଟିବ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ହେବ ଭୋଟ ଗଣତି । ଝାରସୁଗୁଡ଼ା ସରକାରୀ ଇଞ୍ଜିନିୟରିଂ ସ୍କୁଲରେ ଏହି ଗଣତି ହେବ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି।
ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ । ତା’ପରେ ଇଭିଏମ୍ ଗଣତି କରାଯିବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ମୋଟ ୨୦ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଗଣତି କେନ୍ଦ୍ରରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ। ସେମାନେ ସମ୍ପୂର୍ଣ୍ଣ ଗଣତି ପ୍ରକ୍ରିୟା ଉପରେ ନଜର ରଖିବା ସହ ତାହାର ତଦାରଖ କରିବେ ।
ଗଣତି ପାଇଁ ୬୦ ଜଣଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ରାଉଣ୍ଡ ଗଣତି ଶେଷରେ ଫଳାଫଳ ଘୋଷଣା ହେବ । ଭୋଟ୍ ଗଣତି ପାଇଁ ବ୍ରଜରାଜନଗରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ବ୍ରଜରାଜନଗର ନିର୍ବାଚନ ମଇଦାନକୁ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ କୁମାର ଜାଳାନାଙ୍କ ସମେତ ଅବ୍ୟୟଭାରତୀ ଶେଖାୱତ ରାଜପୁତ ଜୈନ, ମନୋଜ ମେହେର, ଆଦିତ୍ୟ ପ୍ରଧାନ, ଦିନବନ୍ଧୁ ବିଶ୍ୱାଳ,ସୀତାରାମ ବେହେରା ଓ ସୁପ୍ରିତ କୁମାର ବେହେରା ପ୍ରମୁଖ ପ୍ରାର୍ଥୀ ଭାବେ ଓହ୍ଲାଇଛନ୍ତି। ତେବେ ଏଠାରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଛି।
The post ଆଜି ବ୍ରଜରାଜନଗରକୁ ମିଳିବ ନେତା, ହେବ ଭୋଟ ଗଣତି appeared first on Odisha Reporter.
from Odisha Reporter https://ift.tt/HdnqClB
No comments:
Post a Comment