ଆଜି ଗେରୁଆ ଦଳରେ ଏଣ୍ଟ୍ରି କରିବେ ହାର୍ଦ୍ଦିକ ପଟେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 1, 2022

ଆଜି ଗେରୁଆ ଦଳରେ ଏଣ୍ଟ୍ରି କରିବେ ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ: ରାଜନୀତିରେ କିଛି ସ୍ଥାୟୀ ନୁହେଁ। ଗତକାଲି ଯିଏ ଶତ୍ରୁ ଥିଲା, ସିଏ ଆଜି ମିତ୍ର । ଦିନେ ବିଜେପିକୁ ମନ ଇଚ୍ଛା ସମାଲୋଚନା କରୁଥିବା ଗୁଜୁରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି ଧରିବେ ପଦ୍ମ । ଆଜି ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ।  ଏନେଇ ସେ ଖୋଦ୍‌ ଘୋଷଣା କରିଛନ୍ତି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ହାର୍ଦ୍ଦିକ ପଟେଲ ଆଜି ବିଜେପିରେ ମିଶି ଏକ ନୂଆ ଶୁଭାରମ୍ଭ କରିବେ ବୋଲି ଟ୍ୱିଟ କରିଛନ୍ତି।

ପ୍ରଥମେ କଂଗ୍ରେସରେ ଯୋଗ ଦେଇଥିବା ହାର୍ଦ୍ଦିକ ଆଜି ଗେରୁଆ ଶିବିରରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।   ନିଜର ୧୫ ହଜାର ସମର୍ଥକଙ୍କ ସହ ସେ ଆଜି ବିଜେପିରେ ଯୋଗ ଦେବେ । ଯେଉଁ ବିଜେପି ବିରୋଧରେ ସେ ଅଗ୍ନି ବର୍ଷା କରୁଥିଲେ, ଆଜି ସେମାନଙ୍କ ଶିବିରରେ ସାମିଲ ହେବେ।  ଦିନେ  ଅମିତ ଶାହାଙ୍କୁ ଜେନେରାଲ ଡାୟର ବୋଲି କହିଥିବା ହାର୍ଦ୍ଦିକ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି କହିଛନ୍ତି। ଦିନେ କଂଗ୍ରେସ ହାତ ଥାମିଥିବା ହାର୍ଦ୍ଦିକ ଏବେ କଂଗ୍ରେସକୁ କଟୁ ସମାଲୋଚନା କରୁଥିବା ବେଳେ ବିଜେପିର ନେତୃତ୍ୱ ଓ କାର୍ଯ୍ୟଶୈଳୀକୁ ପ୍ରଶଂସାରେ ପୋତି ପକାଉଛନ୍ତି।

ଗୁଜୁରାଟ ବିଜେପି ମୁଖ୍ୟ ସିଆର ପାଟିଲଙ୍କ ଉପସ୍ଥିତିରେ ଆଜି ସେ ବିଜେପିରେ ସାମିଲ ହେବେ। ପାର୍ଟି ପ୍ରବକ୍ତା ଏ ନେଇ ଗତ ମଙ୍ଗଳବାର ସୂଚନା ଦେଇଥିଲେ।  ବିଜେପିରେ ସାମିଲ ହେବା ପୂର୍ବରୁ ଆଜି ସକାଳେ ହାର୍ଦ୍ଦିକ ଏକ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏନେଇ ସେ ଟ୍ୱିଟ କରିଛନ୍ତି, ରାଷ୍ଟ୍ରହିତ, ପ୍ରଦେଶ ହିତ, ଜନହିତ ଓ ସମାଜ ହିତ ଭାବନା ସହ ଆଜି ଏକ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହେଉଥିବା ରାଷ୍ଟ୍ର ସେବାରେ ଆଜିଠୁ ନିଜକୁ ଜଣେ ସିପାହୀ ଭାବେ ନିୟୋଜିତ କରିବି।

ଏହାପୂର୍ବରୁ ଗତକାଲି ହାର୍ଦ୍ଦିକ ବିଜେପିରେ ସାମିଲ ହେବାକୁ ନେଇ ଏକ ପୋଷ୍ଟର ଜାରି କରିଥିଲେ। ପୋଷ୍ଟରରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଜେପିର ସେ ସାମିଲ ହେବା କାର୍ଯ୍ୟକ୍ରମ ଆଜି ସକାଳ ୯ଟାରୁ ଆରମ୍ଭ ହେବ । ସକାଳ ୯ଟାରେ ସେ ନିଜ ନିବାସରେ ଦେବୀ ଦୁର୍ଗାଙ୍କ ପାଠ କରିବେ। ଏହାପରେ ଦିନ ୧୦ଟାରେ SGVP ଗୁରୁକୁଳରେ ଆରତୀ କରିବେ। ଏହାପରେ ସାଧୁସନ୍ଥଙ୍କ ଉପସ୍ଥିତିରେ ଗୋ ପୂଜା କରିବେ। ୧୧ଟାରେ ଗାନ୍ଧୀନଗରସ୍ଥିତ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସି ଆର ପାଟିଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବେ।

ହାର୍ଦ୍ଦିକ ଗତ ୧୮ ତାରିଖରେ କଂଗ୍ରେସ ପାର୍ଟିରୁ  ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଏପ୍ରିଲ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅହମ୍ମଦାବାଦ ଗସ୍ତ ବେଳେ ସେ ତାଙ୍କୁ ସାକ୍ଷାତ କରିଥିଲେ। ଏହା ପରଠୁ ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଏବେ ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଶେଷରେ ଆଜି ଗେରୁଆ ଦଳରେ ସାମିଲ ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପଟେଲ।

The post ଆଜି ଗେରୁଆ ଦଳରେ ଏଣ୍ଟ୍ରି କରିବେ ହାର୍ଦ୍ଦିକ ପଟେଲ appeared first on Odisha Reporter.



from Odisha Reporter https://ift.tt/SKtElGO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages