ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଉଣ୍ଟିଂ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 2, 2022

ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଉଣ୍ଟିଂ ଆରମ୍ଭ

ଝାରସୁଗୁଡ଼ା(ଭାରିରଥୀ ସାହୁ): ରାଜ୍ୟର ବହୁ ଚର୍ଚ୍ଚିତ ଓ ହଟ୍ ସିଟ୍‌ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହେଲା କାଉଣ୍ଟିଂ। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି । ଏହାପରେ ଖୋଲିବ ଇଭିଏମ୍ । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଣତି କେନ୍ଦ୍ର ହୋଇଛି । ମୋଟ୍ ୧୪ଟି ଟେବୁଲରେ  ୨୦ଟି ରାଉଣ୍ଡରେ ଗଣତି ହେଉଛି ।

ପ୍ରତି ଗଣତି କେନ୍ଦ୍ରରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ମାଇକ୍ରୋ ଅବଜରଭର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ଗଣତି ପାଇ ମୋଟ୍ଁ ୬୦ ଜଣଙ୍କୁ ନିଯୁକ୍ତ କରାଯାଇଛି । ଏଥର ବିଜେପି-ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି ।

ଗତ ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିଲା। ଶାନ୍ତିଶୃଙ୍ଖଳାର ସହ ୨୭୯ଟି ବୁଥ୍‌ରେ ମତଦାନ ହୋଇଥିଲା। ମତଦାନ ବେଳେ କୌଣସି ସ୍ଥାନରେ ବିଶେଷ ଅପ୍ରୀତିକର ପରିସ୍ଥିତି  ସୃଷ୍ଟି ହୋଇ ନ ଥିବା ବେଳେ ସମୁଦାୟ ୭୧.୯୦% ମତଦାନ ହୋଇଛି।

୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ବକ୍ସରେ ସିଲ୍‌ ହୋଇଥିବା ବେଳେ ମୈଦାନରେ ୩ ପ୍ରମୁଖ ପ୍ରାର୍ଥୀ ଅଛନ୍ତି। ବିଜେଡିର ଅଳକା ମହାନ୍ତି ନିର୍ବାଚନ ଲଢ଼ି ଥିବାବେଳେ ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସ ପକ୍ଷରୁ କିଶୋର ପଟେଲ ନିର୍ବାଚନ ଲଢ଼ିଛନ୍ତି। ତେବେ  କାହା ହାତକୁ ଯିବ କ୍ଷମତା ? କିଏ ମାରିବେ ବାଜି ? ଲୋକଙ୍କ ଆସ୍ଥା ଜିତିବାରେ କିଏ ହେବ ସଫଳ ? ତାହା ଉପରୁ ଆଜି ଧୀରେ ଧୀରେ ପରଦା ହଟିବ ।

 

The post ବ୍ରଜରାଜନଗର ଉପନିର୍ବାଚନ ପାଇଁ କାଉଣ୍ଟିଂ ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/4AWsVhT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages