ଅନ୍ତିମ ସଂସ୍କାର ବେଳେ ଶ୍ମଶାନରେ ଚାଲିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 2, 2022

ଅନ୍ତିମ ସଂସ୍କାର ବେଳେ ଶ୍ମଶାନରେ ଚାଲିଲା ଗୁଳି

ୱାଶିଂଟନ: ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଭିତରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଆକ୍ରମଣକାରୀ ଜଣକ ଫେରାର ହୋଇ ଯାଇଛି। ଆମେରିକାର ୱିସକୋନସି ଠାରେ ଶ୍ମଶାନରେ ଏପରି ଘଟଣା ଘଟିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଦିନ ୨.୩୦ରେ ଗ୍ରେସଲ୍ୟାଣ୍ଡ ଶ୍ମଶାନରେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ଏହି ସମୟରେ ଜଣେ ବନ୍ଧୁକଧାରୀ ଘଟଣାସ୍ଥଳରେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲା। ପ୍ରାୟ ୨୦ରୁ ୩୦ ରାଉଣ୍ଡ ଗୁଳି ଚାଲିଥିଲା। ଏହାପରେ ବନ୍ଧୁକଧାରୀ ଜଣଙ୍କ ଫେରାର ହୋଇ ଯାଇଥିଲା।

ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରିଛି। ଏଥିସହ ଆହତ ୫ ଜଣଙ୍କୁ ଆସେନସିଓନ ଅଲ ସେଣ୍ଟ ହସ୍ପିଟାଲରେ ଭର୍ତ୍ତି କରିଛି। ହସ୍ପିଟାଲରେ ଆକ୍ରମଣର ଆଶଙ୍କା ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍‌ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଶ୍ମଶାନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହାବାଦ ଅଯଥାରେ କୌଣସି ସ୍ଥାନରେ ଭିଡ଼ ନ କରିବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ଏବେ ଆମେରିକାର ବିଭିନ୍ନ ସ୍କୁଲ, ସର୍ବସାଧାରଣ ସ୍ଥାନ ଓ ହସ୍ପିଟାଲରେ କ୍ରମାଗତ ଭାବେ ଗୁଳିମାଡ଼ ହେବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଶ୍ମଶାନରେ ଗୁଳିମାଡ଼ ହୋଇଛି।

The post ଅନ୍ତିମ ସଂସ୍କାର ବେଳେ ଶ୍ମଶାନରେ ଚାଲିଲା ଗୁଳି appeared first on Odisha Reporter.



from Odisha Reporter https://ift.tt/NP13DRk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages