ମୁମ୍ବାଇ: ଭୁଶୁଡିଲା ୪ ମହଲା କୋଠା। ମୁମ୍ବାଇରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ମୁମ୍ବାଇର କୁର୍ଲାର ନାଏକ ନଗରରେ ଥିବା ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡ଼ିବା ଦ୍ୱାରା ତା’ ତଳେ ୨୦ରୁ ୨୫ ଜଣ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିଲ୍ଡିଂର ଭଗ୍ନାବଶେଷ ତଳୁ ୮ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବିଏମସି ସୂଚନା ଦେଇଛି।
ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ବିଲ୍ଡିଂ ଖାଲି କରିବା ପାଇଁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ ଲୋକେ ଖାଲି କରିନଥିଲେ। ସେହି ଭଙ୍ଗା ବିଲ୍ଡିଂ ଭିତରେ ରହୁଥିଲେ। ବିଲ୍ଡିଂ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଆମର ପ୍ରାଥମିକତା ହେବ ବୋଲି ଆଦିତ୍ୟ ଠାକରେ କହିଛନ୍ତି।
Kurla, Mumbai | A 4-storey building collapses in Naik Nagar. Fire brigade team, police at the spot as rescue operation continues
As per BMC, 7 people rescued from under debris are in stable condition; 20 to 25 likely to be trapped under the debris. Rescue operation on pic.twitter.com/M9stC1eFh6
— ANI (@ANI) June 27, 2022
ନିକଟରେ ରାଜଧାନୀ ଦିଲ୍ଲୀରେ ମଧ୍ୟ କିଛି ଏଭଳି ଘଟଣା ଘଟିଥିଲା। ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡିପଡିବା ଯୋଗୁ ସେଠାରେ କାମ କରୁଥିବା ୨ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏଥିସହିତ ଅନେକ ଲୋକେ ଆହତ ହୋଇଥିଲେ।
The post ଭୁଶୁଡ଼ିଲା ୪ ମହଲା କୋଠା, ୨୦ରୁ ୨୫ଜଣ ଲୋକ ଚାପି ରହିଥିବା ଆଶଙ୍କା appeared first on Odisha Reporter.
from Odisha Reporter https://ift.tt/OiyWS4d
No comments:
Post a Comment