ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ରାସ୍ତା ପାର୍ ବେଳେ ବାଜିବ ସାଇରନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 27, 2022

ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ରାସ୍ତା ପାର୍ ବେଳେ ବାଜିବ ସାଇରନ୍

ଢେଙ୍କାନାଳ(ରାଜଶ୍ରୀ ଶତପୀ):  ଗାଡି ଧକ୍କାରେ ଆଉ ହେବନି ହାତୀଙ୍କ ଜୀବନହାନୀ । ବିନା ଦ୍ୱିଧାରେ ଜାତୀୟ ରାଜପଥ ପାର୍ ହେବେ ହାତୀପଲ । ହାତୀପଲଙ୍କ ସୁରକ୍ଷା ପାଇଁ ୫୫ ନମ୍ବର ଜାତୀୟ ରାଜପଥରେ ଲାଗୁ ହୋଇଛି ନୂଆ ପାଇଲଟ ପ୍ରୋଜେକ୍ଟ  ‘ଅଟୋମେଟିକ ସାଇରନ ମେସିନ୍’ । ହାତୀ ରାସ୍ତା ପାର୍ ହେଉଥିବା ବେଳେ ଘାଇଁ ଘାଇଁ ବାଜିବ ସାଇରନ୍, ଜଳିବ ନାଲିବତୀ । ଅଧିକାରୀଙ୍କ ମୋବାଇଲକୁ ଯିବ ଏସ୍ଏମ୍ଏସ୍  । ରାଜ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ  କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମେ ଢେଙ୍କାନାଳ ଜିଲ୍ଲାର ସଦର ରେଞ୍ଜ ମେରାମଣ୍ଡଳୀ ସେକ୍ସନର ହାତୀ ପ୍ରବଣ ସ୍ଥାନ ରସାସିଂହ ଓ ହଳଦିଆବାହାଳ ନିକଟରେ ଲଗାଯାଇଛି ଏହି ସାଇରନ୍ ।  ଏଥିରେ ରହିଛି ସେନ୍ସର, ସାଇରନ, ରେଡ ଲାଇଟ ଓ ଚାର୍ଜିଂ ପାଇଁ ସୋଲାର ପ୍ଲେଟ । ହାତୀପଲ  ଯେତେବେଳେ ଏହି ରାସ୍ତା  ପାର ହେବେ ସ୍ୱୟଂଚାଳିତ ଏହି ଯନ୍ତ୍ରରେ ଜଳିବ ରେଡ୍ ଲାଇଟ । ଘାଇଁ ଘାଇଁ ହୋଇ ବାଜିଉଠିବ  ସାଇରନ୍ । ଏହା ୧ କିଲୋମିଟର ପର୍ଯ୍ୟନ୍ତ ଶୁଭିବା ସହିତ ତୁରନ୍ତ ଏକ SMS ଅଧିକାରୀଙ୍କ ନିକଟକୁ ଯିବ । ଫଳରେ ସେହି ସମୟରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡି ଚାଳକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଅଟକି ରହିବେ । ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସତର୍କ ହୋଇଯିବେ ।

ହାତୀପଲ ରାସ୍ତା ପାର୍‌ ହେବା ବେଳେ ବାଜିଛି ସାଇରନ, ଜଳୁଛି ନାଲିବତୀ ।

ଏହାଦ୍ୱାରା କେବଳ ହାତୀପଲ ଯେ ସୁରକ୍ଷିତ ରାସ୍ତା ପାର ହେବେ ତା ନୁହେଁ ସାଧାରଣ ଲୋକ ମଧ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇପାରିବେ  । ଏହି ପ୍ରୋଜେକ୍ଟ ମଣିଷ ବିବାଦକୁ କମାଇବା ସହ ହାତୀଙ୍କ ଉଦବେଗଜନକ ମୃତ୍ୟୁ ସଂଖ୍ୟା ହ୍ରାସ କରିପାରିବ ବୋଲି କହିଛନ୍ତି ପରିବେଶବିତ୍ ଶିଶିର ଶତପଥୀ

ରାଜ୍ୟରେ ପ୍ରଥମ କରି ଏହି ପାଇଲଟ ପ୍ରୋଜେକ୍ଟ ଲାଗୁ ହୋଇଛି । ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ସଫଳ ଭାବେ କାର୍ଯ୍ୟକ୍ଷମ ହେଲେ ଆଗକୁ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ଖଞ୍ଜାଯିବ ବୋଲି କହିଛନ୍ତି ଡିଏଫ୍ଓ । ‘ପରିବର୍ତ୍ତନ’ ନାମକ ଏକ ଏନଜିଓ ସଂସ୍ଥା ଏବଂ ବନ ବିଭାଗର ମିଳିତ ସହଯୋଗରେ ଏହାକୁ ଆରମ୍ଭ କରାଯାଇଛି । ପୂର୍ବରୁ ସାଇରନ୍ ମେସିନ୍ ପ୍ରୋଜେକ୍ଟ ଅନ୍ୟ ରାଜ୍ୟଗୁଡିକରେ ଆରମ୍ଭ ହୋଇ ସଫଳତା ପାଇ ସାରିଛି । ଏବେ ଓଡ଼ିଶାରେ ଏହା କେତେଦୂର ସଫଳତା ପାଉଛି, କିପରି ଏହାଦ୍ୱାରା ହାତୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରୁଛି ତାହା ଉପରେ ସମସ୍ତଙ୍କ ନଜର।

ହାତୀ-ମଣିଷ ଲଢେଇରେ କେତେବେଳେ ମଣିଷ ତ କେତେବେଳେ ହାତୀଙ୍କର ଜୀବନ ଯାଉଛି ତେବେ ଗଜରାଜଙ୍କ ସୁରକ୍ଷା ପାଇଁ ଏଭଳି ଉଦ୍ୟମ ପ୍ରଶଂସା ଯୋଗ୍ୟ ବୋଲି ମତବ୍ୟକ୍ତ କରିଛନ୍ତି ପରିବେଶବିତ ।

The post ଗାଡି ଧକ୍କାରେ ଆଉ ଯିବନି ହାତୀଙ୍କ ଜୀବନ; ରାସ୍ତା ପାର୍ ବେଳେ ବାଜିବ ସାଇରନ୍ appeared first on Odisha Reporter.



from Odisha Reporter https://ift.tt/fyN2ahA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages