ଇସଲାମାବାଦ: ପାକିସ୍ତାନରେ ଥମୁନି ରାଜନୈତିକ ସଙ୍କଟ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବର୍ତ୍ତମାନ ଉଭୟ ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାରି ଭିତରେ ଖୁବ୍ଶୀଘ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଗିରଫ ହୋଇପାରିନ୍ତି। କେବଳ ସେ ନୁହେଁ ତାଙ୍କ ପୁଅକୁ ମଧ୍ୟ ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି।
ବହୁ ବିଲିୟନ ଡଲାରର ଅର୍ଥ ହେରଫେର ମାମଲାରେ ଅଧିକ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅ ତଥା ପାକିସ୍ତାନ ପାର୍ଶ୍ୱରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜା ଶାହବାଜଙ୍କୁ ଗିରଫ କରିବାକୁ FIA ଶନିବାର କୋର୍ଟକୁ ଅନୁରୋଧ କରିଛି। ତେବେ କୋର୍ଟ ଶାହବାଜ ଏବଂ ହାମଜାଙ୍କ ଆଗୁଆ ଜାମିନକୁ ଜୁନ୍ ୧୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।
୧୪୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ସନ୍ଦିଗ୍ଧଙ୍କ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ଅନୁସନ୍ଧାନ ରିପୋର୍ଟ ଦାଖଲ କରିଛି FIA। କଡା ସୁରକ୍ଷା ମଧ୍ୟରେ ଶାହବାଜ ଏବଂ ହାମଜା ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। କୋର୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, “ଜଣେ ଏଫଆଇଆର ଓକିଲ ମଧ୍ୟବର୍ତ୍ତୀକାଳୀନ ତଦନ୍ତ ରିପୋର୍ଟ ଦାଖଲ କରି ପ୍ରଧାନମନ୍ତ୍ରୀ ଶାହବାଜ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜାଙ୍କୁ ଗିରଫ କରିବାକୁ କହିଛନ୍ତି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଗିରଫ କରାଯିବା ଆବଶ୍ୟକ କାରଣ ସେମାନେ ଅନୁସନ୍ଧାନରେ ଯୋଗ ଦେଇନାହାଁନ୍ତି ଏବଂ ଅନୁସନ୍ଧାନକାରୀଙ୍କ ସହ ସହଯୋଗ କରିନାହାଁନ୍ତି ବୋଲି ସେ ସେ ଯୁକ୍ତି ବାଢ଼ିଛନ୍ତି।
ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଓକିଲ FIA କରିଥିବା ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ଏବଂ ଏଜେନ୍ସିର ଏହା ମିଛ ଦାବି ବୋଲି କହିଛନ୍ତି। ଶାହବାଜଙ୍କ ଓକିଲ ଅହମ୍ମଦ ପରଭେଜ କହିଛନ୍ତି, ଲାହୋର ଜେଲରେ ଥିବାବେଳେ ଶାହବାଜ ଏବଂ ହାମଜାଙ୍କ ଭୂମିକାକୁ ଏଫଆଇଏ ଯାଞ୍ଚ କରିସାରିଛି। ପରଭେଜ କହିଛନ୍ତି ଯେ ଜେଲରେ ଥିବାସତ୍ତ୍ୱେ ହାମଜା ଓ ଶାହବାଜ ତଦନ୍ତରେ ଯୋଗ ଦେଇଥିଲେ ଏବଂ ଏଫଆଇଏ କାର୍ଯ୍ୟାଳୟରେ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହୋଇଥିଲେ।
ଅନ୍ୟପଟେ ବିଚାରପତି ଏଜାଜ୍ ଆୱାନ୍ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପୁଅ ସୁଲେମାନ୍ ଶାହବାଜଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରି ଜୁନ୍ ୧୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଉଲ୍ଲେଖଯୋଗ, ଶାହବାଜ ସରିଫଙ୍କ ଦ୍ୱିତୀୟ ପୁଅ ସୁଲେମାନ ୨୦୧୯ରୁ ଫେରାର ଅଛନ୍ତି। ସେ ଏବେ ବ୍ରିଟେନ୍ରେ ରହୁଥିବା ସୂଚନା ରହିଛି। ଦୁର୍ନୀତି ନିବାରଣ ଆଇନ ଏବଂ ମନି ଲଣ୍ଡରିଂ ଆକ୍ଟର ବିଭିନ୍ନ ବିଭାଗ ଅଧୀନରେ ନଭେମ୍ବର ୨୦୨୦ରେ ଶାହବାଜ ଏବଂ ତାଙ୍କ ପୁଅ ହାମଜା ଓ ସୁଲେମାନଙ୍କ ବିରୋଧରେ ଏଫଆଇଏ ଏକ ମାମଲା ରୁଜୁ କରିଥିଲା।
The post ଗିରଫ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ! appeared first on Odisha Reporter.
from Odisha Reporter https://ift.tt/adTo8ps
No comments:
Post a Comment