‘ଲେଡି ସିଙ୍ଘମ’ଙ୍କ ହାତରେ ହାତକଡ଼ି: ଭାବି ସ୍ୱାମୀଙ୍କୁ ବାନ୍ଧିଥିଲେ,ଏବେ ନିଜେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 4, 2022

‘ଲେଡି ସିଙ୍ଘମ’ଙ୍କ ହାତରେ ହାତକଡ଼ି: ଭାବି ସ୍ୱାମୀଙ୍କୁ ବାନ୍ଧିଥିଲେ,ଏବେ ନିଜେ ଗିରଫ

ଗୌହାଟି: ନିର୍ବନ୍ଧ ସରିଥିଲା। ଆଉ କିଛି ଦିନ ପରେ ପଡିଥାଆନ୍ତା ହାତଗଣ୍ଠି। ହେଲେ ତା’ ପୂର୍ବରୁ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ଆସାମର ଲେଡି ସିଙ୍ଘମ। ଏବେ ସେ ନିଜେ ଦୁର୍ନୀତି ଜାଲରେ ଫସିଛନ୍ତି। ଆସାମର ମହିଳା ପୁଲିସ ଅଧିକାରୀ ଜନମୋନି ରାଭାଙ୍କୁ ଗିରଫ କରାଯାଇଛି।

ଠକେଇ ଅଭିଯୋଗରେ ଗତ ମାସରେ ନିଜ ଭାବି ସ୍ୱାମୀଙ୍କୁ ଗିରଫ କରିଥିବା ଏସ୍‌ଆଇ ରାଭାଙ୍କୁ ଶନିବାର ଗିରଫ କରାଯାଇଛି। ପୂର୍ବତନ ପ୍ରେମିକଙ୍କ ସହ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ପୁଲିସ ସୂଚନା ମୁତାବକ, ଆସାମର ନୌଗାଓଁ ଜିଲ୍ଲାର କାଲିୟାବୋରା ପୁଲିସ ଥାନର ଏସ୍‌ଆଇ ଥିଲେ ରାଭା। ତାଙ୍କୁ ଲଗାତର ଦୁଇ ଦିନ ଧରି ପଚରାଉଚରା ପରେ ଗିରଫ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ମାଜୁଲି ଜିଲ୍ଲା କୋର୍ଟ ରାଭାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ବାସ୍ତବରେ ଦୁଇ କଣ୍ଟ୍ରାକ୍ଟର ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ, ଯେତେବେଳେ ରାଭା ମାଜୁଲିରେ ପୋଷ୍ଟ ହୋଇଥିଲେ, ସେତେବେଳେ ସେ ତାଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ରାଣା ପୋଗାଗଙ୍କ ସହ ପରିଚିତ କରାଇଥିଲେ। ଏହା ପରେ ସେ ରାଣାଙ୍କ ସହିତ ଡିଲ୍‌ କରିଥିଲେ। ଏହି ଡିଲ୍‌ ବେଳେ କଣ୍ଟ୍ରାକ୍ଟରଙ୍କୁ ତାଙ୍କ ପ୍ରେମିକ ଠକିଥିବା ଅଭିଯୋଗ ହୋଇଥିଲା।

ଏହାପରେ ରାଭା ପ୍ରେମିକ ପୋଗାଗଙ୍କ ବିରୋଧରେ ଏଫ୍‌ଆଇର ରୁଜୁ କରିଥିଲେ। ଏଥିରେ ONGC ରେ ଚାକିରି ଏବଂ କଣ୍ଟ୍ରାକ୍ଟ ଦେବା ପ୍ରତିଶ୍ରୁତି କରି କିଛି ଲୋକଙ୍କୁ ଠକି ଥିବା ଅଭିଯୋଗ ହୋଇଥିଲା। ପରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ପୋଗାଗଙ୍କୁ ମାଜୁଲି ଜେଲରେ ରଖାଯାଇଛି।

ସୂତ୍ରରୁ ପ୍ରକାଶ ଯେ, ଲେଡି ସିଙ୍ଘମ ରୂପେ ପ୍ରସିଦ୍ଧ ରାଭାଙ୍କ ବିରୋଧରେ ପୋଗାଗଙ୍କ ସହ ମିଶି ଠକେଇ ଓ ଦୁର୍ନୀତି କରିଥିବା ନେଇ ଅନେକ ଅଭିଯୋଗ ରହିଛି। ଏହି ଅଭିଯୋଗକୁ ଆଧାର କରି ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗିରଫ ପରେ ତାଙ୍କୁ ଗରମୁର ସ୍ଥିଜ ମାଜୁଲି ଜେଲରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ପୁଲିସ ଅଧିକାରୀ ରାଭା ପ୍ରେମିକ ପୋଗାଗଙ୍କ ସହ ନିର୍ବନ୍ଧ କରିଥିଲେ। ନଭେମ୍ବର ୨୦୨୨ରେ ଉଭୟ ବିବାହ କରିଥା’ନ୍ତେ। ତେବେ ଏହା ପୂର୍ବରୁ ପ୍ରମିକ ପୋଗାଗଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। ପୁଲିସ ଅନୁସାରେ ପୋଗାଗ ଓଏନ୍‌ଜିସିରେ ଚାକିରି କରାଇ ଦେବାକୁ କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲା। ତା’ନିକଟରୁ ଓଏନ୍‌ଜିସିର ନକଲି ଷ୍ଟାମ୍ପ ଓ ଦସ୍ତାବିଜ ମଧ୍ୟ ମିଳିଥିଲା। ଏହି ମାମଲାର ଅଧିକ ତଦନ୍ତ ପରେ ଏହି ଠକେଇରେ ଆସାମର ଲେଡି ସିଙ୍ଘମଙ୍କର ମଧ୍ୟ ହାତ ଥିବା ଏବେ ଖୁଲାସା ହୋଇଛି।

The post ‘ଲେଡି ସିଙ୍ଘମ’ଙ୍କ ହାତରେ ହାତକଡ଼ି: ଭାବି ସ୍ୱାମୀଙ୍କୁ ବାନ୍ଧିଥିଲେ,ଏବେ ନିଜେ ଗିରଫ appeared first on Odisha Reporter.



from Odisha Reporter https://ift.tt/rOjZfcx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages