ଆଜି ବାରବାଟୀ ଲଢ଼େଇ; ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 11, 2022

ଆଜି ବାରବାଟୀ ଲଢ଼େଇ; ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଅଢ଼େଇ ବର୍ଷ ବ୍ୟବଧ୍ୟାନ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି।

ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା। ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି। ଗତକାଲି ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁମାର ମଧ୍ୟ ଏହି କଥା କହିଥିଲେ। ସେ କହିଥିଲେ ଯେ ପ୍ରଥମ ମ୍ୟାଚ୍‌ରେ ଦଳ ଭଲ ବୋଲିଂ କରି ନଥିବାରୁ ହାରିଲା। ଏଥର ବ୍ୟାଟିଂ ସହ ଭଲ ବୋଲିଂ କରି ଦଳ  ବିଜୟ ଧାରାକୁ ଫେରିବ ଓ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବ।

ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ। ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍‌ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ। ଗତକାଲି ଦୁଇ ଦଳର ଖେଳାଳି ବାରବାଟୀ ଯାଇ ପଡ଼ିଆରେ ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।

ଦର୍ଶକଙ୍କ ଉପରେ କଟକଣା

ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାକୁ ଥିବା କ୍ରୀଡ଼ାପ୍ରେମୀଙ୍କ ଉପରେ ଲାଗିଛି ଅନେକ କଟକଣା। ଷ୍ଟାଡିୟମ୍ ଭିତରେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସାଙ୍ଗରେ କେବଳ ମୋବାଇଲ୍‌, ଚଷମା, ଟିକେଟ୍  ଓ ମାସ୍କ ନେଇପାରିବେ।  ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା,ଖାଇବା ପ୍ୟାକେଟ୍ ବ୍ୟାଗ୍, ଲାଠି, ଲାଇଟର ଓ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପୁଣି ଟିକେଟ୍‌ରେ ଉଲ୍ଲେଖ ନମ୍ବର ଅନୁଯାୟୀ ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ।

ସୁରକ୍ଷା ବ୍ୟବସ୍ଥା

ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର ଓ ୨୭୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରାଙ୍କର ଅଧିକାରୀଙ୍କ ଉପରେ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ରହିଛି। ଏଥିସହ ୧୧୩ ଜଣ ଟ୍ରାଫିକ ପୁଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଓ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ। ମ୍ୟାଚ୍ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି। ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।

 

The post ଆଜି ବାରବାଟୀ ଲଢ଼େଇ; ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା appeared first on Odisha Reporter.



from Odisha Reporter https://ift.tt/3GnYRUw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages