ଏନ୍‌କାଉଣ୍ଟର, ଟଳିଲେ ୩ ଲସ୍କର ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 11, 2022

ଏନ୍‌କାଉଣ୍ଟର, ଟଳିଲେ ୩ ଲସ୍କର ଆତଙ୍କୀ

ଶ୍ରୀନଗର: ସେନାକୁ ମିଳିଲା ବଡ ସଫଳତା। ଜମ୍ମୁ କଶ୍ମୀର ପୁଲୱାମାରେ ଏନ୍‌କାଉଣ୍ଟର ବେଳେ ୩ ଆତଙ୍କବାଦୀ ସଫା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଲସ୍କର ସହ ସେମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି।

ଆଜି ସକାଳୁ ପୁଲୱାମା ଜିଲ୍ଲାର ଡ୍ରାବଗାମ ଅଞ୍ଚଳରେ ସୁରକ୍ଷାବାହିନୀର ଯବାନ ଓ ଆତଙ୍କାବଦୀ ମୁହାଁମୁହିଁ ହୋଇଥିଲେ। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇବା ପରେ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ତେବେ ଯବାନଙ୍କୁ ଦେଖି ଆତଙ୍କବାଦୀ ପ୍ରଥମେ ଗୁଳିଚାଳନା କରିଥିଲେ। ଜବାବରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ତିନି ହାର୍ଡକୋର୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ମୃତ ଆତଙ୍କବାଦୀମାନେ ହେଲେ ପୁଲୱାମା ହରିପୋରାର ଇରଫାନ ମଲିକ(୨୫), ଫଜିଲ ନଜିର ଭଟ୍ଟ(୨୧) ଓ ଗୁଦୌରାର ଜୁନେଦ କାଦିର(୧୯)। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ। ପୁଲିସ କନଷ୍ଟେବଲ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଏମାନଙ୍କ ମଧ୍ୟରୁ ଜଣଙ୍କ ସଂପୃକ୍ତି ଥିଲା। ଘଟଣାସ୍ଥଳରୁ ୨ଟି ଏକେ-୪୭ ରାଇଫଲ, ଗୋଟିଏ ପିସ୍ତଲ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଜମ୍ମୁକଶ୍ମୀର ଆଇଜିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି।

The post ଏନ୍‌କାଉଣ୍ଟର, ଟଳିଲେ ୩ ଲସ୍କର ଆତଙ୍କୀ appeared first on Odisha Reporter.



from Odisha Reporter https://ift.tt/DtxT3Gd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages