ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଚାଚର ଏବଂ ଚିରଙ୍ଗ ଜିଲ୍ଲାରେ ପ୍ରତ୍ୟେକ ଦୁଇଟି ମୃତ୍ୟୁ ଘଟିଛି। ସେହିପରି ବାରପେଟା, ବିଶ୍ୱନାଥ, ଡାରାଙ୍ଗ, ଧମାଜୀ, ଗୋଲାଘାଟ, କାମ୍ରୁପ ମହାନଗର ନିଗମ, ଲାଖିମପୁର ଏବଂ ନାଗାଓଁରେ ପ୍ରତ୍ୟେକ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ବି ରାଜ୍ୟରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଥିଲା। ତେବେ ଗତ ୨୪ ଘଣ୍ଟାରେ ମୃତକଙ୍କୁ ମିଶାଇ ସମଦୁଦାୟ ଏଯାଏଁ ୧୫୧ ଜଣଙ୍କର ମୃତ୍ୟୁ ଘଟିଲାଣି। ସେଥିରେ ଅଧିକାଂଶ ଭୂସ୍କଳଜନିତ ରହିଛି। ସବୁଠି ଜଳାର୍ଣ୍ଣବ ହୋଇ ପଡ଼ିଥିବାରୁ ଏଯାଏଁ ୩୧.୫୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଭୀଷଣ ବନ୍ୟା ଯୋଗୁ ବାଜାଲୀ, ବାରପେଟା, ବିଶ୍ୱନାଥ, କାଚର, ଚିରଙ୍ଗ, ଡାରଙ୍ଗ, ଧମାଜୀ, ଧୁବ୍ରି, ଦିବ୍ରୁଗଡ, ଡିମା ହାସାଓ, ଗୋଲପାରା, ଗୋଲାଘାଟ, ହିଲାକାଣ୍ଡି, ହୋଜାଇ, କାମ୍ରୁପ, କାମ୍ରୁପ ମହାନଗର ନିଗମ, କରିମଗଞ୍ଜ, ଲାଖିମପୁର, ମଜୁଲିପୁର, ନାଗୁଲନ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଚାଚର ଜିଲ୍ଲା। ଏହି ଜିଲ୍ଲାରେ ପ୍ରାୟ ୧୪.୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ।
ସେହିପରି ସିଲଚରରେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ଉକ୍ତ ଅଞ୍ଚଳରେ ପ୍ରାୟ ୭,୨୫,୩୦୬ ଜଣଙ୍କୁ ବେଘର କରିଦେଇଛି ବନ୍ୟା। ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀଗୁଡ଼ିକରେ ବନ୍ୟା ଆସିବାରୁ ୯୧.୩୪୯ ହେକ୍ଟର ଫସଲ ନଷ୍ଠ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସେନା ଓ ଏଡିଆରଏପ ନିୟୋଜିତ ଅଛନ୍ତି। ସେହିପରି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସଡିଆରଫଏ), ଆସାମ ପୁଲିସ ଅଗ୍ନିଶମ , ଜରୁରୀକାଳୀନ ସେବା କର୍ମଚାରୀ ଏବଂ ଅନ୍ୟ ସ୍ୱେଚ୍ଛାସେବୀମାନେ ଦିନ ରାତି ଏକ କରିଦେଇଛନ୍ତି। ଏହି ବନ୍ୟାରେ ହଜାର ହଜାର ଘର ଭାଙ୍ଗିବା ସହ , ଅନେକ ରାସ୍ତା, ଅନେକ ବ୍ରିଜ୍ ଏବଂ ଜଳସେଚନ କେନାଲ ନଷ୍ଟ ହୋଇଛି।
The post ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର, ପୁଣି ଗଲା ୧୨ ଜଣଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/ure1JfN
No comments:
Post a Comment