ବାଂଲାଦେଶ  ନୌସେନା ପକ୍ଷରୁ ୧୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 29, 2022

ବାଂଲାଦେଶ  ନୌସେନା ପକ୍ଷରୁ ୧୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ନୂଆଦିଲ୍ଲୀ: ବାଂଲାଦେଶ  ନୌସେନା ପକ୍ଷରୁ ୧୩୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ଏହି ମତ୍ସ୍ୟଜୀବୀମାନେ ବାଂଲାଦେଶ ଜଳରାଶିରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ସେଠିକାର ନୌସେନା ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ସୋମବାର ରାତିରେ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ ବାଂଲାଦେଶ ନୌସେନା ପକ୍ଷରୁ ୨ଟି ଚଢ଼ାଉ କରାଯାଇ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି। ବାଗେରହାଟ ଜିଲ୍ଲା ପୁଲିସ ମିଡିଆ ସେଲ ଅଧିକାରୀ ଏସଏମ ଆଶ୍ରାଫୁଲ ଆଲାମ କହିଛନ୍ତି ଯେ, ବାଂଲାଦେଶ ପକ୍ଷରୁ ନୌବାହନୀ ଜାହାଜ ପାଟ୍ରୋଲିଂରେ ନିୟୋଜିତ ଥିଲା।

ତେବେ ପ୍ରଥମ ପର୍ଯ୍ୟାୟରେ ୬୮ ଜଣ ମତ୍ସୀଜୀବୀଙ୍କୁ ଗିରଫ କରାଯିବା ସହ ୪ଟି ମାଛଧରା ଟ୍ରଲରକୁ ଜବତ କରାଯାଇଛି। ପରେ ସେହି ଟିମ ପକ୍ଷରୁ  ଚଢ଼ାଉ କରାଯାଇ ୬୭ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ଠାରୁ ମଧ୍ୟ ୪ଟି ଟ୍ରଲର ଜବତ କରାଯାଇଛି। ତେବେ ଜବତ ମାଛ ଓ ଅନ୍ୟାନ୍ୟ ସାମଗ୍ରୀର ବଜାର ମୂଲ୍ୟ ହିବାସରେ ୩.୮୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।  ନୌସେନା ପକ୍ଷରୁ ଅଟକ ମତ୍ସଜୀବୀଙ୍କୁ ସ୍ଥାନୀୟ ପୁଲିସ ଅଧିକାରୀଙ୍କକୁ ହସ୍ତାନ୍ତକରାଯାଇଥିବା ଜଣାପଡ଼ିଛି। ସେହିପରି ବାଂଲାଦେଣ ସମୁଦ୍ରରେ ବେଆଇନ ମାଛ ମରାନେଇ ମଧ୍ୟ ମାମଲା ରୁଜୁ  ହୋଇଛି। ଗିରଫ ମତ୍ସ୍ୟଜୀବୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେଠିକାର ପୁଲିସ କହିଛି।

ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଈଛି ଯେ ବର୍ତ୍ତମାନ ହେଉଚି ମାଛମାନଙ୍କର ପ୍ରଜନ୍ନ ସମୟ। ଏହି ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଛି। ମେ ୨୦ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମୁଦ୍ରରେ ମାଛ ମାରିବା ଉପରେ ରୋକ ଲଗାଯାଇଛି । ଏହି ସମୟରେ ନେଭି ସିଂପିଂ ପକ୍ଷରୁ ସମୁଦ୍ରରେ ପାଟ୍ରୋଲିଂ କରାଯାଇଥାଏ । ତେବେ ଗିରଫ  ହୋଇଥିବା ମତ୍ସ୍ୟଜୀବୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯି ବୋଲି କୁହାଯାଇଛି।

The post ବାଂଲାଦେଶ  ନୌସେନା ପକ୍ଷରୁ ୧୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ appeared first on Odisha Reporter.



from Odisha Reporter https://ift.tt/NBrtpvU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages