ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ଅଲାରନାଥ ଦର୍ଶନ କରିବା ପାଇଁ ଆସି ଆଉ ଘରକୁ ଫେରିନଥିଲେ ଯୁବକ। ଆଜି ସକାଳେ ଯୁବକଙ୍କ ମୃତଦେହ ଆମ୍ବ ଗଛରୁ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କିଲକଣ୍ଟିଆ ଗାଁ ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ପୁରୀ ଜିଲ୍ଲାର କାହ୍ନୁ ସ୍ୱାଇଁ।
ଗତକାଲି କାହ୍ନୁ ଅଲାରନାଥ ଦର୍ଶନ କରିବା ପାଇଁ ବ୍ରହ୍ମଗିରି ଆସିଥିଲେ। ପରେ ସେଠାରେ ଥିବା ସାଙ୍ଗମାନଙ୍କ ସହ ଭୋଜି କରିଥିଲେ। ଆଜି ସକାଳେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କିଲକଣ୍ଟିଆ ଗାଁ ନିକଟରେ କାହ୍ନୁଙ୍କ ମୃତଦେହ ଆମ୍ବଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କାହ୍ନୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଜଣାପଡ଼ି ନାହିଁ।
ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post କାଲି ଅଲାରନାଥ ଦର୍ଶନ କରିବାକୁ ଯାଇଥିଲେ, ଆଜି ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/6v0jtHL
No comments:
Post a Comment