୧୭ ହଜାର ଫୁଟ ଉପରେ ଯୋଗ କଲେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 21, 2022

୧୭ ହଜାର ଫୁଟ ଉପରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ: ପ୍ରତିକୂଳ ପରିସ୍ଥିତିରେ ବି ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ । ଲଦାଖ ଓ ସିକିମରେ ବରଫ ଚାଦରରେ ଢାଙ୍କି ହୋଇଥିବା ୧୭ ହଜାର ଫୁଟ ଉଚ୍ଚ ପର୍ବତ ଉପରେ ସୂର୍ଯ୍ୟ ନମସ୍କାର କରିଛନ୍ତି ଯବାନ। ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ତଥା ହିମାଳୟର ବରଫରେ ଢଙ୍କା ଯାଇଥିବା ଉଚ୍ଚ ଉଚ୍ଚ ପର୍ବତ ଓ ମଇଦାନରେ ଯୋଗାସନ କରି ସମଗ୍ର ଦେଶକୁ  ‘ମାନବତା ପାଇଁ ଯୋଗ’ର ବାର୍ତ୍ତା ଦେଇଛନ୍ତି ଭାରତ-ତିବ୍ବତ ସୀମା(ITBP)ର ଯବାନମାନେ ।

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗମୟ ହୋଇଛି ସମଗ୍ର ଦେଶ ।  ଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଯୋଗ । କରୋନା ଭାଇରସ ଯୋଗୁ ଗତ ୨ ବର୍ଷ ହେବ ସାଧାରଣ ସ୍ଥାନରେ ଯୋଗ ଦିବସ ପାଳନ ବନ୍ଦ ହୋଇଥିବା ବେଳେ  ଚଳିତ ବର୍ଷ ପୁଣି ଥରେ  ସମଗ୍ର ଦେଶରେ ଯୋଗ ନିମନ୍ତେ ଦେଖାଦେଇଛି ଉତ୍ସାହ । ସର୍ବସାଧାରଣ ସ୍ଥାନରେ ପୁଣି ଆରମ୍ଭ ହୋଇଛି ଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହିଶୁର ପ୍ୟାଲେସରେ  ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।  ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ  ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ । ଆଜି ଏହା ପ୍ରମାଣିତ ହୋଇଛି ।’ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ  ଅବସରରେ ସମଗ୍ର  ଦେଶବାସୀଙ୍କୁ ଏପରି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

The post ୧୭ ହଜାର ଫୁଟ ଉପରେ ଯୋଗ କଲେ ଯବାନ appeared first on Odisha Reporter.



from Odisha Reporter https://ift.tt/WFHPp6Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages