ଗୌହାଟିରେ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଧେ, ସାଙ୍ଗରେ ଅଛନ୍ତି ୪୦ରୁ ୫୦ ବିଧାୟକ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 22, 2022

ଗୌହାଟିରେ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଧେ, ସାଙ୍ଗରେ ଅଛନ୍ତି ୪୦ରୁ ୫୦ ବିଧାୟକ !

ଗୌହାଟି: ମହାରାଷ୍ଟ୍ରରେ ଶିବସେନା ସରକାରରଙ୍କ ପ୍ରତି ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ମିଳିତ ଭାବେ ଆସାମର ଗୌହାଟିରେ ପହଞ୍ଚିଛନ୍ତି।  ସେମାନଙ୍କୁ ବିଜେପି ନେତା ସୁଶାନ୍ତ ବୋର୍ଗୋହେନ୍‌ ଏବଂ ପଲ୍ଲବ ଲୋଚନ ଦାଶ ସ୍ୱାଗତ କରିଛନ୍ତି। ଆସାମରେ ଏବେ ବିଜେପି ସରକାର ରହିଛି। ଏକନାଥ ସିନ୍ଧେଙ୍କ ପ୍ରତି ୪୦ରୁ ୫୬ ଜଣ ଶିବସେନା ବିଧାୟକଙ୍କ ସମର୍ଥନ ଥିବା ସେ ନିଜେ ଦାବି କରିଛନ୍ତି। ଖାଲି ସାରତିକି ନୁହେଁ ୬ ଜଣ ସ୍ୱାଧୀନ ବିଧାକୟଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ଥିବା ସିନ୍ଧେ କହିଛନ୍ତି।  ସିନ୍ଧେଙ୍କୁ ଅତି କମ୍‌ରେ ୩୭ ଜଣ ବିଧାୟକଙ୍କର ସମର୍ଥନ ଆବଶ୍ୟକ। ଯେଁଉଥିପାଇଁ ଦଳବଦଳକାରୀ ଆଇନ ଅନୁଯାୟୀ ସେ ଅଯୋଗ୍ୟ ଘୋଷଣା ହେବେ ନାହିଁ।

ଅନ୍ୟପଟେ ସିନ୍ଧେ କହିଛନ୍ତି ଯେ, ସେ ଶିବସେନା ସହିତ ସମ୍ପର୍କ ତୁଟାଇବେ ନାହିଁ। ଏଥିସହ ବିଧାୟକମାନେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ ବିଚାରଧାରାକୁ ଆଗକୁ ବଢ଼ାଇବେ।  ଆମେ ବାଲାସାହେବ ଠାକେରେଙ୍କ ଦଳ ଶିବସେନାକୁ ଛାଡ଼ିବବୁ ନାହିଁ। ଆମେ ହିନ୍ଦୁତ୍ୱରେ ବିଶ୍ୱାସ କରୁ ବୋଲି ସେ କହିଛନ୍ତି। ଅସାମ ଗସ୍ତ ପୂର୍ବରୁ  ସିନ୍ଧେ ତାଙ୍କ ସମର୍ଥକ ବିଧାୟକମାନେ ଗୁଜରାଟର ସୁରଟରେ ଏକ ହୋଟେଲର  ଥିଲେ। ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସିନ୍ଧେଙ୍କର ଟେଲିଫୋନ୍‌ ବାର୍ତ୍ତାଳପରେ ଅସାମ ଗସ୍ତର ଚିତ୍ର ଆସିଛି।

ଅନ୍ୟପକ୍ଷରେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଏମ୍‌ଭିଏ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଛି ଏବଂ ଆମେ ଏହାକୁ କଦାପି ସଫଳ ହେବାକୁ ଦେବୁନାହିଁ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ଉଦ୍ଧବ ସରକାରକୁ ଭାଙ୍ଗିବା ପାଇଁ ହେଉଥିବା ଚକ୍ରାନ୍ତକୁ ଶିବସେନା ବିଫଳ କରିଦେବ। ଶିବସେନା ନିଷ୍ଠାପର ଲୋକଙ୍କ ଦଳ ଏବଂ ସରକାର କଦାପି ଭାଙ୍ଗିବ ନାହିଁ ବୋଲି ସେ କହିଛନ୍ତି।

ସମଗ୍ର ଘଟଣା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ହାତ ରହିଥିବା କୁହାଯାଉଛି। ଦିଲ୍ଲୀରେ କେନ୍ଦ୍ରୀୟ ନେତାମାନଙ୍କ ସହିତ କଥାବାର୍ତ୍ତା କରି ସେ ଏଭଳି ନାଟକ ଚଳାଇଛନ୍ତି ବୋଲି ଶିବ ସେନା ନେତାମାନେ ଅଭିଯୋଗ କରିଛନ୍ତି। ଗତକାଲି ବିଧାନ ପରିଷଦ ନିର୍ବାଚନରେ ବିଜେପିର ସମସ୍ତ ୫ ପ୍ରାର୍ଥୀ ବିଜୟୀ ହେବାପରେ ଶିବସେନାର ଅନେକ ବିଧାୟକ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ବର୍ତ୍ତମାନର ବିଦ୍ରୋହ ସତ୍ତ୍ୱେ ବିଜେପି କ୍ଷମତାକୁ ଫେରିବା ଏତେ ସହଜ ନୁହେଁ ବୋଲି କୁହାଯାଉଛି। ସିନ୍ଧେଙ୍କୁ ମିଶାଇ ମୋଟ ୨୨ ବିଧାୟକ ଏବେ ବିଦ୍ରୋହୀ ସାଜିଛନ୍ତି। ରାଜ୍ୟର ମୋଟ ୨୮୮ ବିଧାନସଭା ଆସନରୁ ଶିବସେନାର ୫୫ ବିଧାୟକ ଅଛନ୍ତି। ଏନସିପିର ୫୨ ବିଧାୟକ ଥିବା ବେଳେ କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି। ଅନ୍ୟ ଛୋଟ ଛୋଟ ଦଳ ଓ ସ୍ୱାଧୀନଙ୍କୁ ମିଶାଇ ୨୯ ଜଣ ବିଧାୟକ ଅଛନ୍ତି। ଏହି ସଙ୍କଟରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

The post ଗୌହାଟିରେ ଶିବସେନା ବିଦ୍ରୋହୀ ନେତା ଏକନାଥ ସିନ୍ଧେ, ସାଙ୍ଗରେ ଅଛନ୍ତି ୪୦ରୁ ୫୦ ବିଧାୟକ ! appeared first on Odisha Reporter.



from Odisha Reporter https://ift.tt/k9ZxWyL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages