ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଡେଲଟା ଛକରେ ଅପରାଧୀଙ୍କ ଆକ୍ସନ ପରେ ଫୁଲ୍ ଦମ୍ରେ ନିଜ ରିଆକ୍ସନ ଦେଖାଉଛି କମିଶନରେଟ ପୁଲିସ୍। ଗତ ସୋମବାର ସନ୍ଧ୍ୟାରେ ବିଚ୍ ରାସ୍ତା ଉପରେ ଗୋଟିଏ ଗୋଷ୍ଠୀର ପ୍ରାୟ ୧୦ ଯୁବକ ଏକ ସ୍କର୍ପିଓକୁ ଜାଳି ଦେଇଥିଲେ । ଏହି ଘଟଣାରେ ପୁଲିସ୍ ସମୁଦାୟ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ରାସ୍ତା କଡ଼ରେ ବେଆଇନ ଭାବେ ଗଢ଼ି ଉଠିଥିବା ଦୋକାନକୁ ଉଚ୍ଛେଦ କରିବାରେ ଲାଗିଛି। ଉକ୍ତ ଦୋକାନ ମଧ୍ୟରେ ଅଭିଯୁକ୍ତମାନଙ୍କ ଦୋକାନ ମଦ୍ୟ ରହିଥିବା ଜଣାଯାଇଛି।
ରାଜଧାନୀର ଡେଲଟା ଛକରେ ବେଆଇନ ଭାବେ ଜୋରଜବରଦସ୍ତି ବହୁ ଦୋକାନ ଘର ଗଢ଼ି ଉଠିଥିବା ବେଳେ ସେଠାରେ ଅପରାଧୀମାନେ ବି ଦୋକାନ କରିଥିଲେ। ସେଠାରେ ସେମାନଙ୍କ ଆଡ୍ଡା ଜମୁଥିବା ବେଳେ ଜମୁଥିଲା ଅପରାଧୀଙ୍କ ଆଡ୍ଡା । ଆଉ ସେଠାରେ ପ୍ରସ୍ତୁତ ହେଉଥିଲା ଅପରାଧର ବ୍ଲୁ ପ୍ରିଣ୍ଟ । ଅପରାଧୀଙ୍କୁ ମୂଳରୁ ନିପାତ କରିବାକୁ ପ୍ରଥମେ ତାଙ୍କ ଆଡ୍ଡାକୁ ଟାର୍ଗେଟ କରିଛି କମିଶନରେଟ ପୁଲିସ୍। ବିଏମସି ସହାୟତାରେ ବହୁ ଦୋକାନ ଉପରେ ଚଳାଇଛି ବୁଲଡୋଜର ।
ପୁଲିସର ସୂଚନା ଅନୁଯାୟୀ, ଡେଲଟା ସ୍କୋୟାରରେ ବିଭିନ୍ନ ପ୍ରକାର ଦୋକାନ କରିଥିଲେ କେତେକ ଅଭିଯୁକ୍ତ। ଏଠାରେ ଖଟି କରିବା ସହ ଆତଙ୍କରାଜ ଚଳାଇଥିଲେ । ସ୍କର୍ପିଓ ଡ୍ରାଇଭରଙ୍କଠାରୁ କିଛି ଟଙ୍କା ନେଣଦେଣ ନେଇ ପୂର୍ବରୁ ବିବାଦ ରହିଥିଲା । ସ୍କର୍ପିଓ ଡ୍ରାଇଭର ଗତ ସୋମବାର ସନ୍ଧ୍ୟାରେ ଡେଲଟା ଛକ ଆସିଥିବା ବେଳେ ଏଭଳି କାଣ୍ଡ ଭିଆଇଥିଲେ ଅଭିଯୁକ୍ତ । ବିଚ୍ ରାସ୍ତା ଉପରେ ସ୍କର୍ପିଓକୁ ଜାଳି ଦେଇଥିଲେ ଗୋଟିଏ ଗୋଷ୍ଠୀ ।
ପୁଲିସ୍ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେ ହେଲେ ଡେଲଟା ଅଞ୍ଚଳର ସୁନୀଲ ବାରିକ, ବିଶ୍ୱଜିତ ରାଉତ, ରାଜୁ ପ୍ରଧାନ, ସୁଧିର ବାରିକ । ସେମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ।
The post ସ୍କର୍ପିଓ ଜାଳିବା ଘଟଣା: ଆକ୍ସନ ମୁଡରେ ପୁଲିସ୍, ଦୋକାନ ଉପରେ ଚଳାଇଲା ବୁଲଡୋଜର appeared first on Odisha Reporter.
from Odisha Reporter https://ift.tt/HYsUXm5
No comments:
Post a Comment