ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ବିଜେପି ନେତା ଜାରି କଲେ ଭିଡିଓ, ବର୍ଷିଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 4, 2022

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ବିଜେପି ନେତା ଜାରି କଲେ ଭିଡିଓ, ବର୍ଷିଲା କଂଗ୍ରେସ

ହାଇଦ୍ରାବାଦ: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଆସିଛି ନୂଆ ମୋଡ। କାର୍‌ ଭିତରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ ମାମଲାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହକୁ ନେଇ ରାଜନୈତିକ ଟାର୍ଗେଟ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଏହି ଗଣଦୁଷ୍କର୍ମ ମାମଲା ସହ ଜଡିତ ଏକ ଭିଡିଓ କ୍ଲିପ ଏବଂ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ମଧ୍ୟ ଘଟଣାସ୍ଥଳରେ ନଜର ଆସିଛନ୍ତି।

ଏହି ଭିଡିଓ କ୍ଲିପ ଏବଂ ଫଟୋଗୁଡିକୁ ବିଜେପି ବିଧାୟକଙ୍କ ଦ୍ୱାରା ଶେୟାର କରାଯାଇଛି ଏବଂ ଘଟଣା ସମୟରେ ଏଆଇଏମଆଇଏମ ବିଧାୟକଙ୍କ ପୁଅ ଉପସ୍ଥିତ ଥିବା କୁହାଯାଉଛି। ନାବାଳିକାଙ୍କୁ ଗଣଦୁଷ୍କର୍ମରେ ବିଧାୟକଙ୍କ ପୁଅ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ବିଜେପି ନେତା ଦାବି କରିଛନ୍ତି। ସେପଟେ ପୁଲିସ ଅପରାଧ ସମୟରେ ବିଧାୟକଙ୍କ ପୁଅ ଉପସ୍ଥିତ ନଥିବା କହିଛି।

ଜାରି ହୋଇଥିବା ଭିଡିଓ କ୍ଲିପ୍ ଏବଂ ଫଟୋରେ କିଛି ଯୁବକ AIMIM ବିଧାୟକଙ୍କ ପୁଅ ନଜର ଆସିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ଉପସ୍ଥିତିରେ ସେ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିବା ବୋଲି କୁହାଯାଉଛି। ସେପଟେ ଏହି ମାମଲରେ ପୁଲିସର କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହୋଇଥିବାବେଳେ ବିଜେପି ବିଧାୟକ ରଘୁନନ୍ଦନ ରାଓ ପୁଲିସ କାହିଁକି ବିଧାୟକଙ୍କ ପୁଅକୁ ଅଭିଯୁକ୍ତ ବୋଲି କହିନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ ‘ପୁଲିସ ସ୍ୱୀକାର କରିଛି ଯେ ଝିଅଟି ନାବାଳିକା ଏବଂ ତାକୁ ଗଣଦୁଷ୍କର୍ମ କରାଯାଇଛି। ତେବେ କାର୍‌ ଭିତରେ ନାବାଳିକା ସହ କିଏ ଗଣଦୁଷ୍କର୍ମ କରିଛି। ଏଥିରେ ବିଧାୟକଙ୍କ ପୁଅ ସାମିଲ ଅଛି ନା ନାହିଁ। କାର୍‌ ଭିତରେ ଥିବା ଲୋକଙ୍କ ବିରୋଧରେ ପୋକ୍ସ ଆକ୍ଟ ଜରିଆରେ ମାମଲା କାହିଁକି ରୁଜୁ କରାଯାଇନାହିଁ। ବିଧାୟକଙ୍କ ପୁଅକୁ କାହିଁକି ଛାଡିଦିଆ ଗଲା?’

ଏହି ଅପରାଧରେ ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅର ସମ୍ପୃକ୍ତି ଥିବା ନେଇ ପ୍ରମାଣ କରିବା ଲାଗି ତାଙ୍କ ପାଖରେ ଆହୁରି ଅନେକ କିଛି ବଳିଷ୍ଠ ପ୍ରକାଣ ରହିଥିବା ବିଜେପି ବିଧାୟକ ଦାବି କରିଛନ୍ତି।

ସେପଟେ ବିଜେପି ଜାରି କରିଥିବା ଭିଡିଓ କ୍ଲିପ ଓ ଫଟୋକୁ ବିରୋଧ କରିଛି କଂଗ୍ରେସ। ତେଲେଙ୍ଗାନା କଂଗ୍ରେସ ସାଂସଦ ମଣିକମ ଟାଗୋର ବିଜେପି ସାଂସଦ ରଘୁନନ୍ଦନ ରାଓଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ପୀଡିତା ଓ ନାବାଳକ ଅଭିଯୁକ୍ତଙ୍କ ଫଟୋ ଜାରି କରିବାକୁ ନେଇ ସେ ତାଙ୍କୁ ସମାଲୋଚନା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମେ ୨୮ ତାରିଖ ଦିନ ସହରର ପୋସ୍‌ ଜୁଭିଲି ହିଲ୍‌ସ୍‌ ଅଞ୍ଚଳରେ ଥିବା ଏକ ପବ୍‌ରେ ଆୟୋଜିତ ପାର୍ଟିରେ ଯୋଗ ଦେଇ ଘରକୁ ଫେରିବା ବେଳେ ଜଣେ ୧୭ ବର୍ଷୀୟ ନାକାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏନେଇ ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୫ଜଣ ନାଁରେ ମାମଲା ରୁଜୁ କରିଛି।

ସିସିଟିଭି ଫୁଟେଜ୍‌ ଏବଂ ପୀଡ଼ିତାଙ୍କ ବୟାନ ଜରିଆରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ‌ପଶ୍ଚିମ ଜୋନ୍‌ ତେଲେଙ୍ଗାନା ଡେପୁଟି ପୁଲିସ କମିସନର୍‌ କହିଛନ୍ତି।ଏହି ମାମଲାରେ ମୋଟ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୩ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ହୋଇଥିବା ୩ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ନାବାଳକ। ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଟିଆର୍‌ଏସ୍‌ ନେତାଙ୍କ ପୁଅ, ଜଣେ ବିଧାୟକଙ୍କ ପୁଅ ମଧ୍ୟ ସାମିଲ ଥିବା କୁହାଯାଉଛି। 

The post ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ବିଜେପି ନେତା ଜାରି କଲେ ଭିଡିଓ, ବର୍ଷିଲା କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/1xM76fB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages