କାନପୁର ହିଂସା ସାଇଡ୍‌ ଇଫେକ୍ଟ: ବରେଲିରେ ମାସେ ଯାଏଁ କର୍ଫ୍ୟୁ ଲାଗୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 4, 2022

କାନପୁର ହିଂସା ସାଇଡ୍‌ ଇଫେକ୍ଟ: ବରେଲିରେ ମାସେ ଯାଏଁ କର୍ଫ୍ୟୁ ଲାଗୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ହିଂସାର ସାଇଡ୍‌ ଇଫେକ୍ଟ। ବରେଲିରେ ଲାଗିଲା କର୍ଫ୍ୟୁ। ଶୁକ୍ରବାର କାନପୁରରେ ଘଟିଥିବା ହିଂସା ପରେ ଚାରିଆଡେ ଏହାକୁ ନେଇ ସଜାଗ ହୋଇପଡିଛି ପ୍ରଶାସନ। ସତର୍କତା ଦୃଷ୍ଟିରୁ ବରେଲିରେ ଆସନ୍ତା ଜୁଲାଇ ୩ ଯାଏ କର୍ଫ୍ୟୁ ଲାଗୁ କରାଯାଇଛି। କାନପୁର ହିଂସା ପରେ ଜୁନ୍ ୧୦ରେ ମୁସଲମାନ ଧର୍ମଗୁରୁ ତାକୁର ରଜାଙ୍କ ଦ୍ୱାରା ଘୋଷିତ ହୋଇଥିବା ବଡ ଧରଣର ବିରୋଧ ପ୍ରଦର୍ଶନ ପୂର୍ବରୁ ପୁଲିସ ଧାରା ୧୪୪ ଅନୁଯାୟୀ କର୍ଫ୍ୟୁ ଲାଗୁ କରିଛି।

ପ୍ରଶାସନ ଅନୁଯାୟୀ, କର୍ଫ୍ୟୁ ବେଳେ ପାଞ୍ଚରୁ ଅଧିକ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ମଧ୍ୟରେ ପିକେଟିଂ ଉପରେ ମଧ୍ୟ ନିଷେଧାଦେଶ ରହିବ। ଶୁକ୍ରବାର ଦିନ କାନପୁରରେ ଘଟିଥିବା ହିଂସା ପରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

ଉଲ୍ଲେଖଯୋଗ୍ୟ, କାନପୁରରେ ଶୁକ୍ରବାର ବଜାର ବନ୍ଦ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସମୟରେ ପରସ୍ପର ଉପରକୁ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ। ଉତ୍ତେଜନା ମୂଳକ ପରିସ୍ଥିତିକୁ ଦେଖି କାନପୁରର ୟତିମ ଖାନା ଏବଂ ପ୍ୟାରେଡ ଛକ ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି। ଏହି ସଂଘର୍ଷରେ ଦୁଇ ଜଣ ସାଧାରଣ ବ୍ୟକ୍ତି ଏବଂ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ସେପଟେ ଶନିବାର ଏହି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ହୟାତ ଜାଫର ହାସମୀଙ୍କୁ ଅନ୍ୟ ତିନି ଜଣ ମାଷ୍ଟରମାଇଣ୍ଟଙ୍କ ସମେତ ଗିରଫ କରାଯାଇଥିବା ପୁଲିସ କହିଛି। ଗିରଫ କରାଯାଇଥିବା ୪ ଜଣଙ୍କ ମଧ୍ୟରେ ହୟାତଙ୍କ ସମେତ ଜାଭେଦ ଅହମ୍ମଦ ଖାନ, ମୋହମ୍ମଦ ରାହିଲ ଓ ମୋହମ୍ମଦ ସୁଫିଆନା ବୋଲି ପରିଚୟ ମିଳିଛି। କାନପୁର ହିଂସା ମାମଲରେ ବର୍ତ୍ତମାନ ଯାଏଁ ୨୪ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି।

The post କାନପୁର ହିଂସା ସାଇଡ୍‌ ଇଫେକ୍ଟ: ବରେଲିରେ ମାସେ ଯାଏଁ କର୍ଫ୍ୟୁ ଲାଗୁ appeared first on Odisha Reporter.



from Odisha Reporter https://ift.tt/KIaf2Mk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages