ମହାବିଦ୍ୟାଳୟ ଜମା ଖାତାରୁ ୭୦ ଲକ୍ଷ ଗାଏବ, ଘାଣ୍ଟୁଛି ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 10, 2022

ମହାବିଦ୍ୟାଳୟ ଜମା ଖାତାରୁ ୭୦ ଲକ୍ଷ ଗାଏବ, ଘାଣ୍ଟୁଛି ପୁଲିସ୍‌

ସୋନପୁର(ରବୀନ୍ଦ୍ର ହୋତା): ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷ ଟଙ୍କା । ଜମାଖାତା ଅପଡେଟ କରିବା ପରେ ଏପରି ଚଞ୍ଚକତା ପଦାକୁ ଆସିଲା। ଏପରି କଳା କାରନାମା ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ ମହାବିଦ୍ୟାଳୟରେ ହୋଇଥିବା ବେଳେ ପୁଲିସ୍‌ ଏବେ ଏହାର ତଦନ୍ତ ଆରମ୍ଭ କରିଛି।

ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ ମହାବିଦ୍ୟାଳୟର ଆକାଉଣ୍ଟ ବ୍ୟାଙ୍କ ଅଫ ବରୋଦାରେ  ରହିଛି। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ଏହି ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ।  କିଛି ଦିନ ପୂର୍ବେ ମହାବିଦ୍ୟାଳୟ ପକ୍ଷରୁ ଜମାଖାତାକୁ ଅପଡେଟ କରାଯାଇଥିବା ବେଳେ  ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା କମ୍‌ ଥିବା ଜଣାପଡ଼ିଥିଲା। ଜାଲି ଚେକ୍‌ ମାଧ୍ୟରେ ଏହି ଟଙ୍କାକୁ ଏକ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ତେବେ ଉକ୍ତ ଆକାଉଣ୍ଟ କାହାର, କିଏ ଏହି ଟ୍ରାନ୍ସଫର କଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି।

ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଏନେଇ ସୋନପୁର ଥାନାରେ ଏକ ମାମଲା ଦାଏର ହୋଇଛି । ଏତେ ଟଙ୍କା କିପରି ଗାଏବ ହୋଇଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ୍‌  । ବ୍ୟାଙ୍କର କିଛି କର୍ମଚାରୀଙ୍କୁ ମଧ୍ୟ ଡାକି ପଚରାଉଚୁରା କରିଛି ପୁଲିସ୍‌।  ଖୁବ୍‌ ଶୀଘ୍ର ଏହି ଜାଲିଆତି ଉପରୁ ପରଦା ହଟିବ ଓ ଅଭିଯୁକ୍ତ ଧରାପଡ଼ିବେ ବୋଲି କହିଛନ୍ତି ସୁବର୍ଣ୍ଣପୁର ଏସ୍‌ପି ।

The post ମହାବିଦ୍ୟାଳୟ ଜମା ଖାତାରୁ ୭୦ ଲକ୍ଷ ଗାଏବ, ଘାଣ୍ଟୁଛି ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/qX7tDzb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages