ତୀବ୍ର ହେଉଛି ମହାରାଷ୍ଟ୍ର ସଙ୍କଟ: ସିନ୍ଦେଙ୍କ ପାଖରେ ୮, ଉଦ୍ଧବଙ୍କ ସାଙ୍ଗରେ ମାତ୍ର ୩ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 27, 2022

ତୀବ୍ର ହେଉଛି ମହାରାଷ୍ଟ୍ର ସଙ୍କଟ: ସିନ୍ଦେଙ୍କ ପାଖରେ ୮, ଉଦ୍ଧବଙ୍କ ସାଙ୍ଗରେ ମାତ୍ର ୩ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏକନାଥ ସିନ୍ଦେଙ୍କ ଶକ୍ତି ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦବଦବା ହ୍ରାସ ପାଇବାରେ ଲାଗିଛି। ‌ଏସବୁ ଭିତରେ ସିନ୍ଦେଙ୍କ ଗୌହାଟୀ କ୍ୟାମ୍ପରେ ଯୋଗଦେଇଛନ୍ତି ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ। ରାଜ୍ୟର ଶିକ୍ଷାମନ୍ତ୍ରୀ ଉଦୟ ସାମନ୍ତ ରବିବାର ଗୌହାଟୀରେ ପହଞ୍ଚି ସିନ୍ଦେଙ୍କ ସହ ହାତ ମିଳାଇଛନ୍ତି। ଏହାକୁ ମିଶାଇ ସିନ୍ଦେଙ୍କ କ୍ୟାମ୍ପରେ ଯୋଗଦେଇଥିବା ମନ୍ତ୍ରୀଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ସେହିପରି ଏବେ ଉଦ୍ଧବଙ୍କ ପାଖରେ କେବଳ ୩ ଜଣ ମନ୍ତ୍ରୀ ରହିଛନ୍ତି।

ଏସବୁ ଭିତରେ ବିଧାନସଭା ଉପ ବାଚସ୍ପତି ନରହରି ଜିରୱାଲ ୧୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ପଠାଇଥିବା ନୋଟିସ ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ନୋଟିସ ଉପରେ ରୋକ ଲଗାଇବା ପାଇଁ ସେମାନେ ଦାବି କରିଛନ୍ତି। ଏଥିସହ ଏକନାଥ ସିନ୍ଦେଙ୍କୁ ଶିବସେନାର ବିଧାୟକ ଦଳ ନେତା ଭାବେ ଉପ ବାଚସ୍ପତି ମାନ୍ୟତା ଦିଅନ୍ତୁ ବୋଲି ବିଦ୍ରୋହୀ ବିଧାୟକମାନେ ପିଟିସନରେ ଉଲ୍ଲେଖ କରିଛନ୍ତି। ଆଜି ଏହାର ଶୁଣାଣି ହେବାର ସମ୍ଭାବନା ରହିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।


ରବିବାର ରାତିରେ ଏକନାଥ ସିନ୍ଦେ ପୁଣିଥରେ ଟ୍ୱିଟ କରି ଏମଭିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମୁମ୍ବାଇ ବିସ୍ଫୋରଣ ମୁଖ୍ୟ ଖଳନାୟକ ଦାଉଦ ଇବ୍ରାହିମ ସହ ସମ୍ପର୍କ ରଖିଥିବା ଲୋକମାନଙ୍କୁ କେମିତି ବାଲାସାହେବ ଠାକରେଙ୍କ ଶିବସେନା ସମର୍ଥନ କରିବ? ଏହାକୁ ବିରୋଧ କରିବା ପାଇଁ ମୁଁ ଏପରି ପଦକ୍ଷେପ ନେଇଛି।”

The post ତୀବ୍ର ହେଉଛି ମହାରାଷ୍ଟ୍ର ସଙ୍କଟ: ସିନ୍ଦେଙ୍କ ପାଖରେ ୮, ଉଦ୍ଧବଙ୍କ ସାଙ୍ଗରେ ମାତ୍ର ୩ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/Pq3Jilk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages