ହାଇଦ୍ରାବାଦ: ସାଉଥ ସୁପରଷ୍ଟାରଙ୍କ ଘରେ ବଲିଉଡର ଭାଇଜାନ। ଏକାଠି ହେଲେ ଆର୍ଆର୍ଆର୍ ଫେମ୍ ରାମଚରଣ ଓ ସଲମାନ ଖାନ୍। ରାମଚରଣଙ୍କ ଘରକୁ ଗଲେ ସଲମାନ। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରକୁ ଯାଇ ସଲମାନ ଭେଟିଛନ୍ତି।
ଅପ୍କମିଂ ଫିଲ୍ମ ‘କଭି ଇଦ୍ କଭି ଦିୱାଲି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ସଲମାନ। ଏହି ଫିଲ୍ମର ଶୁଟିଂ ଏବେ ହାଇଦ୍ରାବାଦରେ ଚାଲିଛି। ଶୁଟିଂରୁ ସମୟ ବାହାର କରି ସଲମାନ ରାମଚରଣଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି। ଏହି ଅବସରରେ ତାଙ୍କ ସହ ସାଉଥଷ୍ଟାର ଭେଙ୍କେଟେସ୍ ଓ ଅଭିନେତ୍ରୀ ପୂଜା ହେଗଡେ ମଧ୍ୟ ନଜର ଆସିଛନ୍ତି।
ରାମଚରଣ ଓ ତାଙ୍କ ପତ୍ନୀ ଉପାସନାଙ୍କ ସହ ମିଶି ସଲମାନ ଡିନର କରିଛନ୍ତି। ସୋଶାଲ ମିଡିଆରେ ରମଚରଣଙ୍କୁ ସଲମାନ ଭେଟିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ସଲମାନ ହାଇଦ୍ରାବାଦରେ ଚିରଞ୍ଜିବୀ ଓ ଭେଙ୍କେଟେସ୍ଙ୍କୁ ଭେଟିଥିଲେ। ଏହି ଭେଟ୍ଘାଟର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ଉଲ୍ଲେଖଯୋଗ, ଗତ କିଛି ଦିନ ତଳେ ସଲମାନଙ୍କ ଅପ୍କମିଂ ଫିଲ୍ମ ‘କଭି ଇଦ୍ କଭି ଦିୱାଲି’ରେ ରାମ ଚରଣଙ୍କୁ କେମିଓ ରୋଲରେ ଦେଖିବାକୁ ମିଳିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିପାଇଁ ରାମ ଚରଣ ହଁ କରିଥିବା ମଧ୍ୟ ଦାବି କରାଯାଇଥିଲା। ଫିଲ୍ମର ମେକର୍ସ ଓ ସଲମାନ ଖାନ୍ ରାମ ଚରଣଙ୍କୁ ଏକ ଗୀତରେ କାଷ୍ଟ କରିବା ପାଇଁ ମନ ବଳାଇଥିଲେ। ଏହି ଅଫରକୁ ରାମଚରଣଙ୍କ ତରଫରୁ ଗ୍ରୀନ୍ ସିଗ୍ନାଲ ମଧ୍ୟ ମିଳିଥିଲା। ଯଦି ଏହା ସତ ହୁଏ ତେବେ ଆଗକୁ ଫିଲ୍ମରେ ରାମଚରଣ ଓ ସଲମାନଙ୍କୁ ଦର୍ଶକେ ଏକାଠି ପରଦାରେ ଦେଖିବେ।
କଭି ଇଦ୍ କଭି ଦିୱାଲି ଫିଲ୍ମର ଲିଡ୍ ରୋଲରେ ସଲମାନ ଖାନ୍ ଥିବା ବେଳେ ତାଙ୍କ ଅପୋଜିଟ୍ରେ ସାଉଥ ସୁନ୍ଦରୀ ପୂଜା ହେଗଡେ ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ ଭେଙ୍କେଟେସ ଦଗୁବତୀ, ଜଗପତି ବାବୁ, ଶେହନାଜ ଗିଲ୍, ରାଘବ ଜୁଆଲ, ଜସ୍ସି ଗିଲ୍ ଓ ପଲକ ତିୱାରି ପ୍ରମୁଖ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଫରହାଦ ସାମଜି ଦେଇଛନ୍ତି। ଫିଲ୍ମଟି ଆସନ୍ତା ଡିସେମ୍ବର ୩୦ ତାରିଖରେ ପରଦାକୁ ଆସିବ।
The post ‘ଆର୍ଆର୍ଆର୍’ ଫେମ୍ ରାମଙ୍କ ଘରେ ସଲମାନ appeared first on Odisha Reporter.
from Odisha Reporter https://ift.tt/5kszhx4
No comments:
Post a Comment