ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 4, 2022

ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଘଟିଛି। ନୋ ଫ୍ଲାଇଂ ଜୋନକୁ ପଶି ଆସିଛି ବିମାନ। ଫଳରେ ତୁରନ୍ତ ସୁରକ୍ଷା ଏଜେନ୍ସି ତତ୍ପରତା ପ୍ରକାଶ କରିବା ସହ ବାଇଡେନ୍‌ଙ୍କ ସମେତ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ସ୍ଥାନକୁ ତଥା ସେଫ୍‌ ହାଉସକୁ ସ୍ଥାନାନ୍ତର କରିଛନ୍ତି। ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି।

ହ୍ୱାଇଟ୍ ହାଉସ ଓ ସିକ୍ରେଟ୍ ସର୍ଭିସର କହିବା ମୁତାବକ, ଏକ ଛୋଟ ଘରୋଇ ବିମାନ ଶନିବାର ବାଇଡେନଙ୍କ ଡେଲାଭେଆର୍‌ରେ ଥିବା ଭ୍ୟାକେସନ ହୋମ୍ ଅଞ୍ଚଳରୁ ଭୁଲ୍‌ରେ ପଶି ଆସିଥିଲା। ଏହା ନୋ ଫ୍ଲାଇଂ ଜୋନ୍ ଥିଲା। ଘଟଣା ପରେ ତୁରନ୍ତ ବାଇଡେନ୍ ଓ ତାଙ୍କ ପରିବାରଙ୍କୁ ସେଠାରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା।

ହ୍ୱାଇଟ୍ ହାଉସ୍ର କହିବା ଅନୁଯାୟୀ, ବାଇଡେନ୍ ଓ ତାଙ୍କ ପରିବାର ପ୍ରତି କୌଣସି ବିପଦ ନାହିଁ। ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି। ଏବେ ସେଫ୍‌ ହାଉସରୁ ଆମେରିକା ରାଷ୍ଟ୍ରପତି ନିଜ ଘରକୁ ଫେରି ଆସିଛନ୍ତି। ଭୁଲରେ ବିମାନଟି ନୋ ଫ୍ଲାଇଂ ଜୋନ ମଧ୍ୟକୁ ପଶି ଆସିଥିଲା। ଯାହାକୁ ତୁରନ୍ତ ବାହାର କରାଯାଇଥିଲା। ତେବେ ଉକ୍ତ ବିମାନର ପାଇଲଟଙ୍କୁ ପଚରାଉଚରା କରାଯାଉଥିବା ଏଜେନ୍ସି କହିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ବିମାନଟି ସଠିକ୍ ରେଡିଓ ଚ୍ୟାନେଲରେ ନଥିଲା ଏବଂ ଫ୍ଲାଇଟ୍‌ ଗାଇଡଲାଇନର ପାଳନ ମଧ୍ୟ କରୁନଥିଲା। ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ଚଳିତ ସପ୍ତାହର ଆରମ୍ଭରୁ ବାଇଡେନଙ୍କ ରେହବୋଥ ବିଚ ଗସ୍ତ ପୂର୍ବରୁ ଏହି ଅଞ୍ଚଳକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିଛି। ନୋ-ଫ୍ଲାଇଂ ଜୋନ୍‌ରେ ୩୦ ମାଇଲ ପର୍ଯ୍ୟନ୍ତ ଏକ ଅଞ୍ଚଳକୁ ସାମିଲ କରାଯାଇଛି।

ସୂଚନାଯୋଗ୍ୟ, ଉଡାଣ ପ୍ରତିବନ୍ଧକ ମାନିନଥିବା ବିମାନକୁ ଆମେରିକା ସେନା ଓ କୋଷ୍ଟଗାର୍ଡ ଦଣ୍ଡିତ କରିଥାନ୍ତି। ସେମାନେ ଧରା ପଡିଥିବା ବିମାନ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଜରିମାନା କିମ୍ବା ଜେଲ ମଧ୍ୟ ପଠାଇଥାନ୍ତି।

The post ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି appeared first on Odisha Reporter.



from Odisha Reporter https://ift.tt/nh7PkB8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages