ବଣାଇ(ଓଡ଼ିଶା ରିପୋର୍ଟର): ଯେଉଁ ପୁଅକୁ କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲେ। ନିଜେ ଉପାସ ରହି ସେମାନଙ୍କ ମୁହଁରେ ଦାନା ଦେଉଥିଲେ। ସେହି ପୁଅ ଆଜି ନୃଶଂସ ପାଲଟିଲା। ନିଜ ଜନ୍ମ କଲା ବାପାଙ୍କୁ ପିଟିପିଟି ହତ୍ୟା କଲା। ଏଭଳି ଅଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣୀବେରନା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାଙ୍ଗରା ଭୂମି। ପୁଲିସ ଦୁଇ ପୁଅ ଶିବନାଥ ଭୂମି ଓ ଗୌରାଙ୍ଗ ଭୂମିଙ୍କୁ ଅଟକ ରଖି ପଚରଉଚରା କରୁଛି।
ଗତକାଲି ରାତିରେ କୌଣସି କଥାକୁ ନେଇ ମାଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଶିବରାମ ଓ ଗୌରାଙ୍ଗ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ଆଣି ବାପାଙ୍କୁ ପଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ମାଙ୍ଗରାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
The post ବାପାଙ୍କୁ ପିଟିପିଟି ହତ୍ୟା କଲେ ୨ ପୁଅ appeared first on Odisha Reporter.
from Odisha Reporter https://ift.tt/AGHTNev
No comments:
Post a Comment