ଉବୁଟୁବୁ ଆସାମ, ୨୪ ଘଣ୍ଟାରେ ୯ ମୃତ, ୮ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 20, 2022

ଉବୁଟୁବୁ ଆସାମ, ୨୪ ଘଣ୍ଟାରେ ୯ ମୃତ, ୮ ନିଖୋଜ

ଦିସପୁର: ବନ୍ୟାରେ ଉବୁଟୁବୁ ଆସାମ। ଜୁଆଡେ ଚାହିଁବ କେବଳ ପାଣି ଆଉ ପାଣି। ଆସାମର ୩୧ଟି ଜିଲ୍ଲାରେ ପ୍ରାୟ ୪୨ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ବନ୍ୟା ଏବଂ ଭୂସ୍ଖଳନରେ ୯ ଜଣ ପ୍ରାଣ ହରାଇଛନ୍ତି।  ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୬ ଜଣ ପାଣିରେ ବୁଡି ଏବଂ ୩ ଜଣଙ୍କର ଭୂସ୍ଖଳନ ଯୋଗୁ ମୃତ୍ୟୁ ହୋଇଛି।

କଛାର ଜିଲ୍ଲାରେ ୩, ବାରପେଟାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ବଜଲୀ, କାମରୂପ, କରିମଗଞ୍ଜ, ଉଦଲଗୁରିରେ ଜଣେ ଲଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଆସାମରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ସେହିପରି ବନ୍ୟା ଯୋଗୁ ୮ ଜଣ ନିଖୋଜ ଅଛନ୍ତି। ଡିବ୍ରୁଗଡରୁ ୪ ଜଣ ଓ କଝାର, ହୋଜଇ, ତାମୁଲପୁର ଏବଂ ଉଦଳଗୁରି ଜିଲ୍ଲାରୁ ଜଣେ ଲେଖାଏଁ ନିଖୋଜ ଅଛନ୍ତି।.

ଏବେବି ୫ ହଜାରରୁ ଅଧିକ ଗାଁ ପାଣି ଘେରରେ ରହିଛି।  କରିମଗଞ୍ଜ, ଉଦାଲଗୁରି, କାମରୂପ ଆଦି ଅଞ୍ଚଳରେ ସ୍ଥିତି ସଙ୍ଗିନ ହୋଇପଡିଛ॥  ଏମିତିକି ଅନେକ ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।  ଡଙ୍ଗା ସହାୟତାରେ ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ନିକଟରେ ରିଲିଫ ପହଞ୍ଚାଯାଉଛି।  ପିଇବା ପାଣି, ବିଦ୍ୟୁତ୍ ଏବଂ ଯାତାୟତରେ ଘୋର ସମସ୍ୟା ଦେଖାଦେଇଛି।

 କେବଳ ବାରପେଟା ଜିଲ୍ଲାରେ ୧୨ ଲକ୍ଷ ୭୬ ହଜାର ଲୋକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଦରାଙ୍ଗରେ ପ୍ରାୟ ୪ ଲକ୍ଷ, ନଗାଁଓରେ ୩ ଲକ୍ଷ ୬୪ ହଜାର ବନ୍ୟାରେ ଫସିଛନ୍ତି। ଅନ୍ୟପଟେ ସେନା, ଅର୍ଧସୈନିକ ବଳ, ଏନଡିଆରଏଫ, ଏସଡିଆରଏଫ୍ ଟିମ୍, ରାଜ୍ୟ ପୁଲିସ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଉଛନ୍ତି।

ପାଣି ଘେରରୁ ହାଜର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ୭୪୪ଟି ଅସ୍ଥାୟୀ କ୍ୟାମ୍ପରେ ବନ୍ୟା ପୀଡିତଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ପ୍ରାୟ ୨ ଲକ୍ଷ ଲୋକ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଗୁରୁବାର ଯାଏଁ  ଆସାମରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ଯାହାକୁ ନେଇ ଅନେକ ତଳିଆ ଅଞ୍ଚଳର ଲୋକେ ଚିନ୍ତିତ ହୋଇ ପଡିଛନ୍ତି।

The post ଉବୁଟୁବୁ ଆସାମ, ୨୪ ଘଣ୍ଟାରେ ୯ ମୃତ, ୮ ନିଖୋଜ appeared first on Odisha Reporter.



from Odisha Reporter https://ift.tt/sUWniSO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages