ରାସ୍ତା ପାର୍‌ ହେଉଥିଲେ ହାତୀ ପଲ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 19, 2022

ରାସ୍ତା ପାର୍‌ ହେଉଥିଲେ ହାତୀ ପଲ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ୍‌

କୁଚିଣ୍ଡା(ଓଡ଼ିଶା ରିପୋର୍ଟର):  ରାସ୍ତା ପାର୍‌ ହେଉଥିବା ହାତୀପଲକୁ ପିଟି ଦେଲା ଏକ  ପିକ୍ଅପ୍ ଭ୍ୟାନ୍ । ପିକ୍‌ଅପ୍‌ ଧକ୍କାରେ ଏକ ମାଈହାତୀ ଆହତ ହୋଇଛି। ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ହାତୀର ପଛ ଗୋଡ଼ରେ ଆଘାତ ଲାଗିଛି। ସମ୍ବଲପୁର ଜିଲ୍ଲା ବଞ୍ଜାରୀ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ବାମରା ବନଖଣ୍ଡ ଅଧିନସ୍ଥ ଜମନକିରା ବରହାମୁଣ୍ଡାଇ ବିଟ୍ ଅଞ୍ଚଳରୁ ଏକ ୨୩ ଟିକିଆ ହାତୀପଲ ଗତକାଲି ରାସ୍ତା ପାର୍‌ ହେଉଥିଲା । ଏହି ସମୟରେ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ଏକ ପିକ୍ଅପ୍ ଭ୍ୟାନ୍ ସେହି ହାତୀ ପଲରେ ଥିବା ଏକ ମାଈହାତୀର ପଛ ଗୋଡ଼କୁ ଧକ୍କା ଦେଇଥିଲା।

ଜମନକିରା ବନକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହିତ ହାତୀର ଚିକିତ୍ସା ଜାରି ରଖିଛନ୍ତି । ଚିକିତ୍ସା ପରେ ଏବେ ହାତୀଟି ବଳଦିଆ ଜଙ୍ଗଲରେ ସାମାନ୍ୟ ସୁସ୍ଥ ହୋଇ ଚଲାବୁଲା କରୁଛି । ଅଧିକ ଚିକିତ୍ସା ପାଇଁ ରାଉରକେଲାରୁ ସ୍ୱତନ୍ତ୍ର ଚିକିତ୍ସକ ଦଳ ବଳଦିଆ ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଡ୍ରାଇଭରକୁ ଅଟକ ରଖାଯାଇଛି।

The post ରାସ୍ତା ପାର୍‌ ହେଉଥିଲେ ହାତୀ ପଲ, ପିଟି ଦେଲା ପିକ୍‌ଅପ୍‌ ଭ୍ୟାନ୍‌ appeared first on Odisha Reporter.



from Odisha Reporter https://ift.tt/Plw1Z2x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages