ଗୁପ୍‌ଚୁପ୍‌ ମାଗିଲେ ଯୁବକ, ବେପାରୀ ଭୁଷିଦେଲା ଛୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 8, 2022

ଗୁପ୍‌ଚୁପ୍‌ ମାଗିଲେ ଯୁବକ, ବେପାରୀ ଭୁଷିଦେଲା ଛୁରୀ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଗୁପ୍‌ଚୁପ୍‌ ଖାଇ ବାକି ଟଙ୍କା ଦେଇ ନ ଥିବାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଗୁପ୍‌ଚୁପ୍‌ ବେପାରୀ ଛୁରୀ  ଭୁଷି ଦେବାରୁ ଘଟଣାସ୍ଥଳରେ ଆଖି ବୁଜିଲେ ଜଣେ ଯୁବକ । ଏହି ହତ୍ୟାକାଣ୍ଡ ଗତକାଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ଘଟିଛି। ମୃତକ ହେଲେ ପାଳସାହି ଗାଁର ବିଭୂତି ସାହୁ । ଅଭିଯୁକ୍ତ ଗୁପ୍‌ଚୁପ୍‌ ବେପାରୀ ସେହି ଗାଁର ଜଗବନ୍ଧୁ ସାହୁ।

ଜଗବନ୍ଧୁ ପ୍ରତିଦିନ ସନ୍ଧ୍ୟା ସମୟରେ ଗାଁରେ ଗୁପ୍‌ଚୁପ୍‌ ବେପାର କରନ୍ତି। ଗୁପ୍‌ଚୁପ୍‌ ବିକ୍ରି କରି ଗତକାଲି ରାତି ପ୍ରାୟ ୯ଟା ବେଳେ ସେ ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇ ଗୁପ୍‌ଚୁପ୍‌ ଦେବାକୁ କହିଥିଲେ । ତେବେ ପ୍ରଥମେ ବକେୟା ଟଙ୍କା ଦେବାକୁ ଜଗବନ୍ଧୁ ତାଙ୍କୁ କହିଥିଲେ। ମାତ୍ର ବିଭୂତି ବାକି ଟଙ୍କା ନଦେଇ ଗୁପ୍‌ଚୁପ୍‌ ଖାଇବାକୁ ଅଡ଼ି ବସିଥିଲେ। କିନ୍ତୁ ଜଗବନ୍ଧୁ ତାଙ୍କୁ ଗୁପ୍‌ଚୁପ୍ ଦେବାକୁ ମନା କରି ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଛାନଭିନ କରିଛି

ଏହାକୁ ନେଇ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ତାହା କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା। କଥା କଟାକଟି ବେଳେ ଉତ୍ତ୍ୟକ୍ତ  ଗୁପ୍‌ଚୁପ୍‌ ବେପାରୀ ଜଗବନ୍ଧୁ ସାହୁ ହଠାତ୍‌ ବିଭୂତିଙ୍କୁ ଛୁରୀ ଭୁଷି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବିଭୂତିଙ୍କର ମୃତ୍ୟୁ ହୋଇଥିଲା ।

ଏହି ହତ୍ୟାକାଣ୍ଡ ଘଟାଇବା ପରେ ଜଗବନ୍ଧୁ ଫେରାର ହୋଇଯାଇଛନ୍ତି। ଖବର ପାଇ ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ଗୁପ୍‌ଚୁପ୍‌ ମାଗିଲେ ଯୁବକ, ବେପାରୀ ଭୁଷିଦେଲା ଛୁରୀ appeared first on Odisha Reporter.



from Odisha Reporter https://ift.tt/azwxU9l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages