କ୍ରିକେଟ୍‌ କ୍ରେଜ୍‌: ଟିକେଟ୍‌ ପାଇଁ ରାତିରୁ ଲାଇନ୍‌ ଲଗାଇଛନ୍ତି ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 8, 2022

କ୍ରିକେଟ୍‌ କ୍ରେଜ୍‌: ଟିକେଟ୍‌ ପାଇଁ ରାତିରୁ ଲାଇନ୍‌ ଲଗାଇଛନ୍ତି ଲୋକେ

କଟକ(ଓଡ଼ିଶା ରିପୋର୍ଟର): ବାରବାଟୀ ବ୍ୟାଟେଲ୍ ପାଇଁ ଆଜି କାଉଣ୍ଟରରେ ମିଳିବ ଟିକେଟ୍। ସେଥିପାଇଁ ଗତକାଲି ରାତିରୁ ଲାଗିଛି ଲମ୍ବା ଲାଇନ୍। ଆଜି ଓ ଆସନ୍ତାକାଲି କାଉଣ୍ଟରରେ ଟିକେଟ୍ ବିକ୍ରି ହେବ। ଏଥିପାଇଁ ମୋଟ ୯ଟି କାଉଣ୍ଟର କରାଯାଇଛି। ପୁରୁଷ ଦର୍ଶକଙ୍କ ଲାଗି ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି। ଜଣଙ୍କୁ କେବଳ ଦୁଇଟି ଟିକେଟ୍ ବିକ୍ରି କରାଯାଇପାରିବ।

ପୂର୍ବରୁ ଅନ୍‌ଲାଇନରେ ୫ହଜାର ଟିକେଟ୍ ବିକ୍ରି ସରିଥିବା ବେଳେ ଓସିଏ ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮ହଜାର ଟିକେଟ୍ ବିକ୍ରି ହୋଇଥିଲା। ଆଉ ମାତ୍ର ୧୨ ହଜାର ଟିକେଟ୍ କାଉଣ୍ଟରରେ ବିକ୍ରି କରାଯିବ। ଟିକେଟ୍ କିଣିଲା ବେଳେ ଦର୍ଶକ ଯେ କୌଣସି ପରିଚୟ ପତ୍ର ଦେଖାଇ କିଣିପାରିବେ। ଟିକେଟ୍ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଟିକେଟ୍ ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ

ଅନ୍ୟପକ୍ଷରେ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଏଥିପାଇଁ ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ହୋଟେଲର ସୁରକ୍ଷା ସାଙ୍ଗକୁ ଟ୍ରାଫିକ ସମସ୍ୟା ଯେଭଳି ନହେବ ସେଥିପ୍ରତି ଗୁରୁତ୍ୱ ଦେଉଛି କମିଶନରେଟ ପୁଲିସ। ଆଜି ବିମାନ ବନ୍ଦରଠାରୁ ହୋଟେଲ ଏବଂ ହୋଟେଲ ଠାରୁ ବାରବାଟୀ ଷ୍ଟାଡ଼଼ିୟମ ପର୍ଯ୍ୟନ୍ତ ପୁଲିସର କାରକେଡ ରିହରସାଲ୍ ହେବ।

ହୋଟେଲ ମେ’ ଫେୟାରରେ ଖେଳାଳିଙ୍କୁ ଉଚିତ୍ ଆତିଥ୍ୟ ପ୍ରଦାନ ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି। ହୋଟେଲର ସମସ୍ତ ରୁମ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ବୁକିଂ ହୋଇଛି। ଉଭୟ ଦେଶର ଖେଳାଳି ଓ ସପୋର୍ଟିଂ ଷ୍ଟାଫ ମାନଙ୍କଲାଗି ଲୋ କ୍ୟାଲୋରୀ ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବାକୁ ବିସିସିଆଇ ପକ୍ଷରୁ ଚିଠି ଆସିଛି।

ହୋଟେଲର ସମସ୍ତ କର୍ମଚାରୀ କୋଭିଡ ଗାଇଡ ଲାଇନକୁ ମାନି ସେବା ପ୍ରଦାନ କରିବେ। ଡବଲ ଡୋଜ୍ ନେଇଥିବା କର୍ମଚାରୀଙ୍କୁ ହିଁ ଖେଳାଳିଙ୍କ ସେବା କାର୍ଯ୍ୟରେ ଲଗାଯିବ। ଖେଳାଳିମାନେ ପହଞ୍ଚିବାର ୪୮ ଘଣ୍ଟା ପୂର୍ବରୁ ଏହି ହୋଟେଲ କର୍ମଚାରୀମାନଙ୍କ କୋଭିଡ ଟେଷ୍ଟ୍ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ସମସ୍ତ କର୍ମଚାରୀ ମାସ୍କ ପିନ୍ଧି ସେବା ପ୍ରଦାନ କରିବେ ବୋଲି ହୋଟେଲ୍ ତରଫରୁ କୁହାଯାଇଛି।

 

The post କ୍ରିକେଟ୍‌ କ୍ରେଜ୍‌: ଟିକେଟ୍‌ ପାଇଁ ରାତିରୁ ଲାଇନ୍‌ ଲଗାଇଛନ୍ତି ଲୋକେ appeared first on Odisha Reporter.



from Odisha Reporter https://ift.tt/q4lmGRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages