ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଵାଲେଶ୍ଵର ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଦିଵାଲୋକରେ ଚୋରି, ଛିନତାଇ, ରାହାଜାନୀ ସହ ଗୁଳିକାଣ୍ଡ ଯୋଗୁ ଆତଙ୍କିତ ହୋଇପଡ଼ିଛନ୍ତି ଜନସାଧାରଣ। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ୍ ପ୍ରଶାସନ ସାଜିଛି ନୀରଵ ଦ୍ରଷ୍ଟା । ପୁଲିସ୍ ପ୍ରଶାସନର ଏପରି ନିଷ୍କ୍ରିୟତା ନିମନ୍ତେ ବାଲେଶ୍ୱରର ଏସ୍ପିଙ୍କୁ ଦାୟୀ କରି ତାଙ୍କ ବଦଳି ଦାବି କରିଛନ୍ତି ବିଭିନ୍ନ ଗଣ ସଙ୍ଗଠନ। ପ୍ରାୟ ୬୨ଟି ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଵାଲେଶ୍ଵର ଵନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁ ଆଜି ସକାଳୁ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ।
ଗତ ୪ଦିନ ଧରି ସହରର ଵିଭିନ୍ନ ଛକ ଵଜାରରେ ଏଥିପାଇଁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଛାତ୍ରଛାତ୍ରୀ, ମହିଳା ତଥା ଵରିଷ୍ଠ ନାଗରିକ ରାସ୍ତାରେ ଯିବା ଵେଳେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ମୋଵାଇଲ ଛିନତାଇ, ଗହଣା ଛିନତାଇ, ବାଇକ୍ ଚୋରି ,ରାହାଜାନୀ ଆଦି ଖୁଲମଖୁଲା ଦିନ ଦ୍ୱିପ୍ରହରରେ ହେଉଛି ।
ବାଲେଶ୍ୱର ସହରରେ ବାରମ୍ବାର ବିଭିନ୍ନ ଅପରାଧୀକ ଘଟଣା ଘଟି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ପୁଲିସ୍ ସମ୍ପୂର୍ଣ୍ଣ ଵିଫଳ ହୋଇପଡ଼ିଛି। ଆଇନ ଶୃଙ୍ଖଳା ଅଵସ୍ଥାର ସୁଧାର ଆଣିବା ପାଇଁ ଵାଲେଶ୍ଵର ଵାର ଆସୋସିଏଶନ, ଵାଲେଶ୍ଵର ସିଭିଲ ସୋସାଇଟି, ଵରିଷ୍ଠ ନାଗରିକ ମଞ୍ଚ, ଵାଲେଶ୍ଵର ପଥ ଵିକ୍ରେତା ସଂଘ, ଆଇଏନଟିୟୁସି, ବିଜେପି, କଂଗ୍ରେସ, ଵିଭିନ୍ନ ଶ୍ରମିକ ସଂଗଠନ,ଵାମପନ୍ଥୀ ଓ ଵାଲେଶ୍ଵର ବ୍ୟଵସାୟୀ ସଂଘ ପ୍ରମୁଖ ଆଜି ରାସ୍ତାକୁ ଓହ୍ଲାଇଛନ୍ତି।
ପୁଲିସ୍ ହାତରେ ହାତ ଛନ୍ଦି ବସିଛି। ଏଠାରେ ଖଣ୍ଡା, ତଲୱାର, ବନ୍ଧୁକ, ଭୁଜାଲିର ଶାସନ ଚାଲିଛି। ଆମେ ବାଲେଶ୍ୱରରେ ଶାନ୍ତିରେ ରହିବାକୁ ଚାହୁଁଛୁ। ମାତ୍ର ଏସ୍ପି ଯୋଗଦାନ କରିବା ପରଠୁ ଚୋରି, ଛିନତାଇ ଆଦି ବଢ଼ି ଚାଲିଛି। ତେଣୁ ଆମେ ତାଙ୍କ ବଦଳି ଦାବି କରି ଆଜି ରାସ୍ତାକୁ ଓହ୍ଲାଇଛୁ ବୋଲି କହିଛନ୍ତି ଆନ୍ଦୋଳନକାରୀ।
The post ଆଜି ଵାଲେଶ୍ଵର ବନ୍ଦ, ଏସ୍ପିଙ୍କ ବଦଳି ଦାବିରେ ରାସ୍ତାକୁ ଓହ୍ଲାଇଲେ ୬୨ ସଙ୍ଗଠନ appeared first on Odisha Reporter.
from Odisha Reporter https://ift.tt/ryBO9dq
No comments:
Post a Comment