ଗୌହାଟି: ଆସାମରେ ପୁଣି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଆସାମ ଗୌହାଟି ସହ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ବୋରାଗାର କିଛି ସ୍ଥାନରେ ଭୂସ୍ଖଳନ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଢେମାଜି, ଦିବ୍ରୁଗଡ, ନାଲବରି, ଦକ୍ଷିଣ ସାଲମାର ଭଳି ୭ ଟି ଜିଲ୍ଲାର ପ୍ରାୟ ୮ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । କିଛି କିଛି ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗାଡି ଫସି ରହିଥିବା ଦେଖିବାକୁ ମିଳିଛି । ଆଉ କିଛି କିଛି ସ୍ଥାନରେ ରାସ୍ତାରେ ୩ ଫୁଟ ଉଚ୍ଚରେ ପାଣି ଚାଲିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ବହୁ ସଂଖ୍ୟାରେ ଲୋକେ ଫସି ରହିଛନ୍ତି। ପାହାଡ଼ ତଳି ଅଞ୍ଚଳରେ ରାସ୍ତା ଧୋଇ ହୋଇ ଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି।
ବୋରାଗା ନିକଟରେ ଅନେକ ଘର ବ୍ରହ୍ମପୁତ୍ର ନଦୀରେ ଧୋଇ ହୋଇଯାଇଛି । ନଦୀର ଜଳସ୍ତର ବଢ଼ୁଥିବାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ସେହିପରି ଗତ କିଛି ଦିନ ତଳେ ମେଘାଳୟ ନ୍ୟା ବିଭୀଷିକା ଦେଖିବାକୁ ମିଳିଥିଲା ।
କେବଳ ବର୍ଷା ଓ ବନ୍ୟା ନୁହେଁ ଭୁସ୍କଳନ ଯୋଗୁଁ ବଡ ଧରଣର କ୍ଷୟକ୍ଷତି ହେଉଛି । ଗତ ମାସରେ ଆସାମରେ ବଡଧରଣର ବନ୍ୟା ଆସିବା ସହ ରାଜ୍ୟକୁ ବିଶେଷ କ୍ଷୟକ୍ଷତି ସହ୍ୟକରିବାକୁ ପଡିଥିଲା । କିଛି ଦିନ ନପୁରୁଣୁ ପୁଣି ବନ୍ୟା ବଡ ସମସ୍ୟାଭାବେ ଛିଡା ହୋଇଛି । କେଉଁଠି ପୋଲ ଭୁଷୁଡିଯାଉଛି ତ ପୁଣି କେଉଁଠି ଘରଦ୍ୱାରା ବନ୍ୟା ପାଣିରେ ଫଶିରହିଛି । ଗାଇଗୋରୁ ଧନଜୀବନ ସବୁ କିଛି ବନ୍ୟା ପାଣିରେ ଭାସିଯାଇଛି ।
The post ଆସାମରେ ପୁଣି ବନ୍ୟା ସ୍ଥିତି, ବିଭିନ୍ନ ଅଞ୍ଚଳ ଜଳବନ୍ଦୀ appeared first on Odisha Reporter.
from Odisha Reporter https://ift.tt/Z7S2Mjz
No comments:
Post a Comment