ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 5, 2022

ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ

ଅବୁଜା: ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ନାଇଜେରିଆର ଦକ୍ଷିପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ କ୍ୟାଥୋଲିକ ଚର୍ଚ୍ଚରେ ଏପରି ଭୟଙ୍କର ଘଟଣା ଘଟିଛି।

ପୁଲିସ୍‌ କହିଛି ଯେ ରବିବାର ଶତାଧିକ ଲୋକ ଚର୍ଚ୍ଚ ଭିତରେ ଓ ବାହାରେ ଏକତ୍ରୀତ ହୋଇଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିସହ ସେମାନେ ବିସ୍ଫୋରଣ ମଧ୍ୟ କରିଛନ୍ତି। ଏହି ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାମାନେ ବି ରହିଛନ୍ତି। ବନ୍ଧୁକଧାରୀମାନେ ଚର୍ଚ୍ଚର ଫାଦରଙ୍କୁ ମଧ୍ୟ ଅପହରଣ କରି ନେଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀମାନେ ତୁରନ୍ତ ଚର୍ଚ୍ଚ ନିକଟରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ବନ୍ଧୁକଧାରୀମାନେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇଥିବା ଆଉ ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ଉଦ୍ଧାରକାରୀ ଦଳ ଗୁଳିମାଡ଼ରେ ଆହତ ହୋଇଥିବା ଅନେକ ଲୋକଙ୍କୁ ଦୁଇଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଓୱଓ ସହରରେ ଥିବା ସେଣ୍ଟ ଫ୍ରାନସିସ କ୍ୟାଥୋଲିକ୍‌ରେ ଚର୍ଚ୍ଚରେ ହମଲା ହୋଇଥିବା ଖବର ପାଇ ଓନଡୋର ଗଭର୍ଣ୍ଣର ଆରାକୁନରିନ ସେଠାରେ ପହଞ୍ଚିଥିଲେ।

ସେ ହସ୍ପିଟାଲ ଯାଇ ଆହତଙ୍କୁ ମଧ୍ୟ ଭେଟିଛନ୍ତି। ଆରାକୁନରିନ ଘଟଣାକୁ ନରସଂହାର ବୋଲି କହିବା ସହ ଦେଶରେ ଆଗକୁ ଏପରି ଘଟଣା ଘଟିବ ନାହିଁ ବୋଲି ଦମ୍ଭୋକ୍ତି କରିଛନ୍ତି। କିନ୍ତୁ କିଏ ଓ କାହିଁକି ଚର୍ଚ୍ଚରେ ଏପରି ନରସଂହାର କଲା, ସେ ବିଷୟରେ କିଛି ବି ଜଣାପଡ଼ିନି।

The post ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ appeared first on Odisha Reporter.



from Odisha Reporter https://ift.tt/tNdQhPo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages