କୋଟିପତି ନିଶା ବେପାରୀଙ୍କୁ ବାଜିଲା ଛାଟ, ବାଜ୍ୟାପ୍ତ ହେଲା ୬ କୋଟିର ସମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 5, 2022

କୋଟିପତି ନିଶା ବେପାରୀଙ୍କୁ ବାଜିଲା ଛାଟ, ବାଜ୍ୟାପ୍ତ ହେଲା ୬ କୋଟିର ସମ୍ପତ୍ତି

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): କୋଟିପତି ନିଶା ବେପାରୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗଂଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ରଜନୀକାନ୍ତ ପଟ୍ଟନାୟକଙ୍କ ପାଖାପାଖି ୬ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତ କରିଛି କୋଲକତା ସ୍ଥିତ ଅର୍ଥ ମନ୍ତ୍ରାଳୟର କମ୍ପିଟେଣ୍ଟ  ଅଥରିଟି ।

ରଜନୀକାନ୍ତଙ୍କ ଜବତ ସମ୍ପତି ମଧ୍ୟରେ  ୪.୫୨ କୋଟି ଟଙ୍କାର ସୁନା ଅଳଙ୍କାର, ଘରେ ଥିବା ନଗତ ୭୫ଲକ୍ଷ ଟଙ୍କା, ବ୍ୟାଙ୍କ ଏନକାଉଣ୍ଟରେ ଜମା ଥିବା ୫ଲକ୍ଷ ଟଙ୍କା, ୩ଲକ୍ଷ ଟଙ୍କାର ଏଲଆଇସି ପଲିସ, ୩୨ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି। ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତ ହୋଇଥିବା ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଚିଠି ହୋଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୧ ମସିହା ଅକ୍ଟୋବର ୨୨ ତାରିଖରେ  ରଜନୀକାନ୍ତ ନିଜ ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ୍‌  ତାଙ୍କୁ ଧରିଥିଲା। ପରେ ତାଙ୍କ ଘରେ ଚଢ଼ାଉ କରି ୩୫ କିଲୋ ଗଞ୍ଜେଇ, ୧୦କିଲୋ ଅଫିମ ଜବତ କରିଥିଲା । ଚଢ଼ାଉ ସମୟରେ ରଜନୀକାନ୍ତଙ୍କ ଘରୁ ୮ କେଜି ୫୦୦ ଗ୍ରାମ ସୁନା ଅଳଙ୍କାର, (ଯାହାର ମୂଲ୍ୟ ସାଢେ ଚାରି କୋଟି ଟଙ୍କା ) ଓ ନଗତ ୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା।  ଏନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା।

ପରେ  ପୁଲିସ୍‌ ରଜନୀକାନ୍ତଙ୍କ ଅର୍ଥନୈତିକ କାରବାର ତଦନ୍ତ କରିବାକୁ କମ୍ପିଟେଣ୍ଟ ଅଥରିଟିଙ୍କୁ ଅନୁରୋଧ କରିଥିଲେ।  ଅଥରିଟି ଏକ ମାମଲା ରୁଜୁ କରି   ତଦନ୍ତ  ଆରମ୍ଭ କରିଥିଲା। ଏନେଇ ଅଥରିଟି ପକ୍ଷରୁ ରଜନୀକାନ୍ତଙ୍କୁ  ପଚରାଉଚରା କରାଯାଇଥିବା ବେଳେ ସେ ସମ୍ପତ୍ତି କେମିତି ରୋଜଗାର କରିଛନ୍ତି ତାହାର  ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଯାହା ଫଳରେ ଜୁନ୪ ତାରିଖରେ ତାଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିବା ନେଇ କମ୍ପିଟିଟି ଅଥରିଟି ଥାନା ଅଧିକାରୀଙ୍କୁ ମେଲ ଯୋଗେ ସୂଚନା ଦେଇଛନ୍ତି।

The post କୋଟିପତି ନିଶା ବେପାରୀଙ୍କୁ ବାଜିଲା ଛାଟ, ବାଜ୍ୟାପ୍ତ ହେଲା ୬ କୋଟିର ସମ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/W05uEDa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages