ରାୟପୁର: ୧୦୪ ଘଣ୍ଟାର ଅପେକ୍ଷାର ଅନ୍ତ ସଫଳ ହେଲା ଅପରେସନ୍ ଜିନ୍ଦେଗୀ। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ, ୮୦ ଫୁଟ୍ ଗଭୀର ବୋରେଓ୍ୱଲ୍ ଗର୍ତ୍ତ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି ଚର୍ଚ୍ଚିତ ବାଳକ ରାହୁଲ। ଦୀର୍ଘ ୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରେଓ୍ୱଲ ଗାତ ଭିତରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ରାହୁଲକୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର ଭିତରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ମେଡିକାଲ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି । ପ୍ରାଥମିକ ଚିକିତ୍ସା ପରେ ରାହୁଲ ସୁସ୍ଥ ଥିବା ସୂଚନା ମିଳିଛି । ତଥାପି ରାହୁଲର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ରାହୁଲକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି ।
ଏମିତି ଥିଲା ରେସ୍କ୍ୟୁ ଅପରେସନ । ଛତିଶଗଡ଼ ଜାଞ୍ଜଗିର-ଚମ୍ପା ଜିଲ୍ଲା ଫିରିଡ୍ ଗାଁରେ ୮୦ ଫୁଟ୍ ବୋରେଓ୍ୱଲ ଭିତରେ ଖସିପଡ଼ିଥିବା ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର ପାଇଁ ସବୁ କଳ, ବଳ, କୌଶଳ ଏକାଠି କରି ଜୀ-ଜାନ୍ ଲଗାଇ ଦେଇଥିଲେ ମିଳିତ ରେସ୍କ୍ୟୁ ଟିମ୍ । ସୋମବାର ରାତି ସୁଦ୍ଧା ରେସ୍କ୍ୟୁ ଟିମ୍ ରାହୁଲ ପାଖରେ ପହଞ୍ଚି ସାରିଥିଲା । ତେବେ ରାହୁଲ ଓ ରେସ୍କ୍ୟୁଟିମ୍ ମଧ୍ୟରେ ଦୂରତା ଥିଲା ମାତ୍ର କେଇ ଇଞ୍ଚ। ହେଲେ ସେଇ କେଇ ଇଞ୍ଚର ଦୂରତା ଅତିକ୍ରମ କରିବା ରେସ୍କ୍ୟୁ ଟିମ୍ ପାଇଁ ଥିଲା କଠିନ ବ୍ୟାପାର । କାରଣ ଏକ ଶକ୍ତ ପଥୁରିଆ ଚଟାଣ ହିଁ ସାଜିଥିଲା ବଡ଼ ପ୍ରତିବନ୍ଧକ । ତେଣୁ ଏଇ କେଇ ଇଞ୍ଚର ଦୂରତା ହଟାଇବାକୁ ଅତି ସନ୍ତର୍ପଣ ଓ ସତର୍କତାର ସହ ଆଗକୁ ଆଗକୁ ବଢିଥିଲା ରେସ୍କ୍ୟୁ ଟିମ୍ । ଅପରେସନର ଶେଷ ଦିନରେ ଗତକାଲି ଶେଷ ମୂହୁର୍ତ୍ତରେ ସାମିଲ ହୋଇଥିଲା ସେନା । ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟ ଏଜେନ୍ସିର ମିଳିତ ଟିମ୍ ଅନବରତ ଅପରେସନକୁ ବଳ ଯୋଗାଇଥିଲେ । ସେନାର ବରିଷ୍ଠ ଓ ଅଭିଜ୍ଞ ଟିମ୍ ଅପରେସନରେ ମୋଟ ୧୫୦ ଅଧିକାରୀ ନିୟୋଜିତ ହୋଇଥିଲେ । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପିଙ୍କ ନେତୃତ୍ୱରେ ୫୦୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଚାଲିଥିଲା ଅପରେସନ୍ । ରାହୁଲ ଫସି ରହିଥିବା ବୋରେଓ୍ୱଲ ଗାତ ଭିତରେ ଜଳପତ୍ତନ ବଢ଼ି ନଯିବା ଲାଗି, ସ୍ଥାନୀୟ ଅଞ୍ଚଳର ସମସ୍ତ ବୋରେୱେଲ ପଏଣ୍ଟଗୁଡ଼ିକୁ ଖୋଲି ଦିଆଯାଇଥିଲା । ରେସ୍କ୍ୟୁ ଅପରେସନର ନେତୃତ୍ୱ ନେଉଥିବା ଜିଲ୍ଲାପାଳ ଓ ଏଡିଏମ୍ ଉଭୟ ସିଭିଲ ଇଂଜିନିୟର ହୋଇଥିବାରୁ ସେମାନଙ୍କ ଅଭିଜ୍ଞତାକୁ ଭରପୁର ଉପଯୋଗ କରିଥିଲେ। ରେସ୍କ୍ୟୁ ଟିମ୍ ଶେଷରେ ୧୦୪ ଘଣ୍ଟାର ଅପରେସନ ପରେ ପଥର ଚଟାଣ କାଟି ରାହୁଲକୁ ସୁରକ୍ଷିତ ଭାବେ ବୋରେଓ୍ୱଲ୍ ଭିତରୁ ଉଦ୍ଧାର କରାଯାଇଥିଲା।
आप सबकी दुआओं से हमारा बहादुर राहुल
कुशल हाथों में पहुंच गया है। कुछ देर पहले एम्बुलेंस उसे लेकर @BilaspurDist के अपोलो अस्पताल पहुंच चुकी है। विशेषज्ञ डॉक्टरों की टीम की निगरानी में उसे फिलहाल आई सी यू में रखा गया है। @JanjgirDist#SaveRahulAbhiyaan pic.twitter.com/eQIcLAQsk3— CMO Chhattisgarh (@ChhattisgarhCMO) June 14, 2022
ଅପରେସନ ଜିନ୍ଦେଗୀରେ ଉଦ୍ଧାରକାରୀ ଟିମ୍ ଭିତରେ ଥିଲେ ଓଡ଼ିଶାରୁ ଯାଇଥିବା ଏନଡିଆରଏଫ ଟିମ୍ । ଓଡ଼ିଶାର ଏନଡିଆରଏଫ ଟିମକୁ ପ୍ରଶଂସା କରିଛନ୍ତି ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା । ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ଅପରେସନ ସଫଳ ହୋଇଥିବା ଜିଲ୍ଲାପାଳ କହିଛନ୍ତି। ଅପରେସନ ଜିନ୍ଦେଗୀର ସଫଳତା ପାଇଁ ଉଦ୍ଧାରକାରୀ ସମସ୍ତ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘାଲେ ଏନ୍ଡଆରଫଏ, ଏସଡିଆରଏଫ, ଛତିଶଗଡ଼ ପୁଲିସ, ଭାରତୀୟ ସେନା ଏବଂ ଜାଞ୍ଜଗିର ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ଏହା ସଫଳ ହୋଇଛି । ଏହି ଅପରେସନ ପୁରା ଦେଶ ପାଇଁ ଏକ ମିଶାଲ ଅଟେ । ଏଭଳି ଅପରେସନ ସଫଳ କରି ରାଜ୍ୟ ଇତିହାସ ରଚିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସେହିପରି ଉଦ୍ଧାର ସମୟରେ ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳଙ୍କ ସହ ଫୋନ୍ରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ରାହୁଲକୁ ଉଦ୍ଧାର ସମୟର ଟିକିନିଖିଖ୍ ତଥ୍ୟ ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଉଦ୍ଧାର ବେଳେ ବୋରେଓ୍ୱଲ୍ ଭିତରେ ଏକ ସାପ ଏବଂ ଏକ ବେଙ୍ଗ ମଧ୍ୟ ରାହୁଲ ସହ ଥିଲା ବୋଲି ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏସବୁ ସତ୍ୱେ ମଧ୍ୟ ରାହୁଲକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା । ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲୋ ୧୦୪ ଘଣ୍ଟା ଧରି ସାପ ଏବଂ ଏକ ବେଙ୍ଗ ରାହୁଲ ସହ ଥିଲେ ମଧ୍ୟ ସେ ବିଚଳିତଚ ହୋଇନଥିଲା । ରାହୁଲର ସାହସିକତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁ ବୋଲି କାମନା କରିଛନ୍ତି।
The post ଅପରେସନ ‘ରାହୁଲ’ ଏତେ ସହଜ ନଥିଲା, ଗାତ ଭିତରେ ଥିଲା ମୃତ୍ୟୁର ସୌଦାଗର ସାପ, ତଥାପି… appeared first on Odisha Reporter.
from Odisha Reporter https://ift.tt/zkQAKTV
No comments:
Post a Comment